
ଯାଜପୁର,ଧର୍ମଶାଳା,IBN ଓଡିଶା:-ଜମି ଦଖଲ ଖାରଜ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଥିଲେ ରାଜସ୍ବ ନିରୀକ୍ଷକ ,ତେବେ ଠିକ ୫ ବର୍ଷ ପରେ ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତିରେ ଲିପ୍ତ ଜଣେ ସରକାରୀ ବାବୁଙ୍କୁ ଦୀର୍ଘ ୫ ବର୍ଷ ପରେ ଜେଲ ଯିବାକୁ ପଡିଛି। ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଧର୍ମଶାଳା ତହସିଲର ଆରୁହା ରାଜସ୍ବ ସର୍କଲର ତତ୍କାଳୀନ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାସୁଦେବ ସାହୁ।ଗତକାଲି ତାଙ୍କୁ କଟକ ଭିଜିଲାନ୍ସର ମାନ୍ୟବର କୋର୍ଟର ସ୍ଵତନ୍ତ୍ର ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି। ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ନଦେଲେ ଅଧିକ 6ମାସ କଠୋର କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ପ୍ରେସ ରିଲିଜରେ ସୂଚନା ଦିଆଯାଇଛି। ସୂଚନା ଥାଉ କି, ୨୦୧୭ ମସିହାରେ ପାରିକ୍ଷେତ ଗ୍ରାମର ଚିନ୍ମୟ ପାତ୍ର ଙ୍କ ଠାରୁ ଜମି ଦାଖଲ ଖାରଜ ପାଇଁ ବେଆଇନ ଭାବେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏନେଇ ଭିଜିଲାନ୍ସ କେସ ନମ୍ୱର ୪୯/୦୭.୧୦.୨୦୧୭ରେ ମାମଲା ବିଚାରଧୀନ ରହିଥିଲା। ତାଙ୍କ ଚାକିରୀ କାର୍ଯ୍ୟକାଳ ସେତେ ବେଳେ ଆଉ ମାତ୍ରର ୪ମାସ ବାକି ଥିବା ବେଳେ ମାତ୍ର ୪୦୦୦ଟଙ୍କା ତାଙ୍କୁ ଆଜି ଜେଲ ର ଚାରି କାନ୍ଥ ଦେଖେଇ ଦେଇଛି।