ଅସାଧୁ PEO ନିର୍ମଳ ପଣ୍ଡା ଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି BDO
ଯାଜପୁର ,ଧର୍ମଶାଳା:IBN ଓଡିଶା-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଙ୍ଗାଧର ପୁର ପଂଚାୟତ ର ପୂର୍ବତନ ପିଇଓଙ୍କ ବିବାଦ ପିଛା ଛାଡ଼ୁନି।ନିର୍ମଳ ଙ୍କ ନାମରେ ବିଗତ ଦିନ ମାନଙ୍କରେ ବାରମ୍ବାର ଅଭିଯୋଗ ଆସିବା ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସାଧାରଣ ରେ ଅନେକ ପ୍ରଶ୍ନ ଉଠିଛି।ଅନ୍ୟପଟେ ନିର୍ମଳ ବିଗତ ଦିନରେ କୁମାରୀ ଗ୍ରାମ ପଞ୍ଚାୟତ ରେ ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ବ ଦିନ ଧରି କାର୍ଯ୍ୟ ନିର୍ବାହ କରିଥିଲେ ।କୁମାରୀ ପଂଚାୟତ ରେ ଆସୁଥିବା ମୁଖ୍ୟମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଯୋଜନା ର ସଫଳ ରୂପାୟନ କରିବା ପରିବର୍ତ୍ତେ ସବୁ ଖାଇ ହରିଲୁଟ କରୁଥିବାର ବାରମ୍ବାର ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ।ଏମିତି କି ଜୈନିକ ପିଇଓଙ୍କ ନାମରେ ସୋସିଆଲ ମିଡିଆରେ ବିଗତ ଦିନ ଅତି ଅଶାଳୀନ ମନ୍ତବ୍ୟ ଭାଇରଲ ହୋଇଥିଲା।ଯାହାକୁ ନେଇ ଧର୍ମଶାଳା ଅଞ୍ଚଳ ର ଜୈନିକ ସାମ୍ବାଦିକ ସଞ୍ଜୟ ମିଶ୍ର ଏନେଇ ପଂଚାୟତ ରାଜ ସଚିବ ଙ୍କୁ ଅଭିଯୋଗ କରିବା ସହ ବଡ ଧରଣର ତଦନ୍ତ ଜିଲ୍ଲା ପାଳ ଙ୍କ କାର୍ଯ୍ୟଲୟ ତରଫରୁ ଆସିଥିଲା।ଯାହାକୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଅଶୋକ ବେହୁରା ତଦନ୍ତ କରିବା ସମୟରେ ପିଇଓ ନିର୍ମଳ ପଣ୍ଡା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟି ନିଜ କର୍ମଚାରୀ ଙ୍କର ସପକ୍ଷରେ ଓକିଲାତି କରି ଚର୍ଚ୍ଚାକୁ ଆସିଥିଲେ।ଆଉ ଯାହାକୁ ନେଇ ଜୈନିକ ସାମ୍ବାଦିକ ସଞ୍ଜୟ ମିଶ୍ର ଲଗାତାର ପିଇଓ ନିର୍ମଳ ପଣ୍ଡା ଙ୍କ ନାମରେ ଇମାମନଗର ମନେରେଗା ଦୁର୍ନୀତି ର ଖବର ପ୍ରସାରଣ କରିବା ସହ ନିର୍ମଳ ଙ୍କ ମୁଖା ଖୋଲି ଦେଇଥିଲେ।ପରେ ପରେ ଅସାଧୁ ପିଇଓ ନିର୍ମଳ ଙ୍କୁ ମର୍ଜିତାପୁର ପଂଚାୟତ କୁ ବଦଳି କରାଯାଇଥିଲା।
ଅନ୍ୟପଟେ ଗଙ୍ଗାଧରପୁର ପଂଚାୟତର ଇମମାନଗର ଗ୍ରାମରେ ଲୋକଙ୍କ ବ୍ୟକ୍ତି ଗତ ଜାଗା ଉପରେ ମାଟି ଢାଳିବାର ମିଥ୍ୟା ବିଲ କରି ଦୁଇ ଲକ୍ଷ ସତୁରୀ ହଜାର ଟଙ୍କା ହରିଲୁଟ କରିବା ଅଭିଯୋଗରେ ମାନ୍ୟବର ଲୋକୟୁକ୍ତ ଙ୍କ ଛାଟ ଅସାଧୁ ପିଇଓ ନିର୍ମଳ ପଣ୍ଡା ଙ୍କ ସହିତ ଧର୍ମଶାଳା ବ୍ଲକର ପ୍ରାକ୍ତନ ବିଡ଼ିଓ ଅରବିନ୍ଦ ଙ୍କୁ ମଧ୍ୟ ଲାଗିଥିଲା।ଉକ୍ତ କାର୍ଯ୍ୟ ରେ ଦୁର୍ନୀତି ଘଟଣା ରେ ଲୋକୟୁକ୍ତ ଙ୍କ ତଦନ୍ତ ପରେ ଅସାଧୁ ପିଇଓ ନିର୍ମଳ ପଣ୍ଡା ଙ୍କ ସହ ଚାରି ଜଣଙ୍କୁ ଧର୍ମଶାଳା ବ୍ଲକ ତରଫରୁ କାରଣ ଦର୍ଶାଅ ନୋଟିସ ଦେବା ସହ ଦୁର୍ନୀତି ହୋଇଥିବା ତଥା ଲୁଟ କରିଥିବା ସରକାରୀ ଟଙ୍କା ୨,୨୧,୪୬୮ କୁ ସରକାରୀ ତହବିଲ ରେ ଭରଣ କରିବାକୁ ନିର୍ଦେଶ ଦେଇ ଆଜକୁ ଦୀର୍ଘ ଦିନ ହେଲା ନିଜ ଦୋଷ ଛଡେଇ ଦେଇଛନ୍ତି ବ୍ଲକ ବିଡ଼ିଓ।ସବୁ ଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ,ଏତେ ବଡ ଦୁର୍ନୀତି ର ପର୍ଦାଫାସ ଆଉ ଯେଉଁଠି ଖୋଦ ନିଜ ମୁହଁରେ ବ୍ଲକ୍ ର ବିଡ଼ିଓ ଦୁର୍ନୀତି ହୋଇଥିବାର ସ୍ୱୀକାର କରିଥିବା ବେଳେ କାହିଁକି ଅସାଧୁ ପିଇଓ ନିର୍ମଳ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା। ତାହାଲେ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଧର୍ମଶାଳା ବିଡ଼ିଓ ଙ୍କୁ ହୁଏତ ଦୀର୍ଘ ଦିନ ଧରି ନିର୍ମଳ ଖୋରାକ ଯୋଗାଇ ଆସୁଥିଲେ।ଆଉ ଆଜି ନିର୍ମଳ ଙ୍କୁ ଖୋଦ ସୁରକ୍ଷା ଦେବାରେ ଲାଗିପଡିଛନ୍ତି ବ୍ଲକ ବିଡ଼ିଓ ମହାଶୟ।ଯେଉଁଠି ଦୁର୍ନୀତି ପ୍ରମାଣ ହୋଇ ସାରିଛି ,ଆଉ ସେଠି କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି କୁନ୍ତୁ କୁନ୍ତୁ ହେଉଛନ୍ତି ବିଡ଼ିଓ ତାକୁ ନେଇ ଏବେ ଧର୍ମଶାଳା ଚର୍ଚ୍ଚାରେ।ହୁଏତ ନିର୍ମଳ ପଣ୍ଡା ଙ୍କ ସହ ବିଡ଼ିଓ ମଧ୍ୟ ଉକ୍ତ ଦୁର୍ନୀତି ରେ ସାମିଲ ଥିଲେ ଆଉ ଯେଉଁ କାରଣ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଓ ଆଇନ ଅନୁଯାୟୀ ଏତେ ଟଙ୍କାର ହରିଲୁଟ ପରେ ବି ଥାନା ରେ ଡିପାର୍ଟମେଂଟ ତରଫରୁ ଏତଲା ଦିଆନଯିବା ଘଟଣା ଏବେ ସ୍ପଷ୍ଟ ବାରି ହୋଇ ପଡୁଛି କି, ପିଇଓ ନିର୍ମଳ ପଣ୍ଡା ଓ ବିଡ଼ିଓ ଅରବିନ୍ଦ ବେହେରା ଙ୍କ ମଧ୍ୟରେ ବଡ ଧରଣର ମଧୁ ଚନ୍ଦ୍ରିକା ରେ ଏ ମନେରେଗା ଲୁଟ ହୋଇଥିଲା।ତେବେ ତୁରନ୍ତ ଏଦିଗରେ ବିଶ୍ୱାସ ଯୋଗ୍ୟ ଫାଇଭ ଟି ସଚିବ ହସ୍ତକ୍ଷେପ କରିବା ସହ ଜିଲ୍ଲାପାଳ ତଦନ୍ତ କରି ପିଇଓ ନିର୍ମଳପଣ୍ଡା ଓ ପ୍ରାକ୍ତନୋ ବିଡ଼ିଓ ଅରବିନ୍ଦ ବେହେରା ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।