ରାଜ୍ୟ

ଅନୁମୋଦନ ପାଇଁ କେନ୍ଦ୍ରରେ ଅଟକିଛି ଜୟପୁରରୁ ବୋରିଗୁମ୍ମା ଏଲଇଡି ଆଲୋକୀକରଣ ପ୍ରସ୍ତାବ – Ibnodisha

[ad_1]

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫଲାଇନ୍ ରାସ୍ତା ଜୟପୁର-ବୋରିଗୁମ୍ମା ଜାତୀୟରାଜପଥରେ ୩୦୦ରୁ ଊର୍ଦ୍ଧ୍ବ ସୋଲାର ଏଲଇଡି ଲାଇଟ୍ ଲଗାଇବାକୁ ଜୟପୁର ଏନଏଚ ଡିଭିଜନ ଯୋଜନା କରିଛି। ଏ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଳାୟକୁ ଯାଇଛି ପ୍ରସ୍ତାବ। କେନ୍ଦ୍ର ଏ ଯାଏଁ ଅନୁମୋଦନ କରି ଏହି ପ୍ରସ୍ତାବକୁ ପଠାଇ ନାହିଁ। ଫଳ ସ୍ବରୁପ ଏହା କାର୍ଯ୍ୟକାରୀ ହୋଇ ପାରିନଥିବା କହିଛନ୍ତି ଏନଏଚର ଜୟପୁର ଏସଡିଓ ରାଜେନ୍ଦ୍ର ବେହେରା।

ସୂଚନା ଅନୁଯାୟୀ, ଜୟପୁର-ବୋରିଗୁମ୍ମା ୨୨କିଲୋ ମିଟର ଜାତୀୟ ରାଜପଥ ସବୁ ଠାରୁ ବ୍ୟସ୍ତତମ ରାସ୍ତା ଭାବେ ପରିଚିତ। ଏହି ରାସ୍ତା ଦେଇ ପ୍ରତ୍ୟେହ ଶହ ଶହ ଭାରୀଯାନ, ମାଲବୋଝେଇ ଟ୍ରକ ଗୁଡିକ ଦେଶର କୋଣ ଅନୁକୋଣକୁ ଯିବା ଆସିବା କରୁଛନ୍ତି। ବେଶି ମାତ୍ରାରେ ବିଶାଖାପାଟଣାରୁ ରାୟପୁରକୁ ଅଧିକା ଟ୍ରକ ଚଳାଚଳ କରୁଛି। ଏହା ସାଙ୍ଗକୁ ଏହି ରାସ୍ତା ଦେଇ ଅବିଭକ୍ତ କୋରାପୁଟ ଜିଲ୍ଲା‌, ଅବିଭକ୍ତ କଳାହାଣ୍ଡିଓ ବଳାଙ୍ଗୀର, ସମ୍ବଲପୁର, ରାଉରକେଲା, ଝାରସୁଗୁଡା ପର୍ଯ୍ୟନ୍ତ ବସ ଓ ଟ୍ରକ ବି ଚଳାଚଳ କରୁଛି। ବ୍ୟସ୍ତତମ ରାସ୍ତା ଭାବେ ଏନଏଚ୍ ୨୬ପରିଚିତ। ସେହି ଅନୁପାତରେ ଛୋଟବଡ ଦୁର୍ଘଟଣା ବି ହେଉଛି। ରାସ୍ତା ପାର୍ଶ୍ବରେ ଜମି ରହିବା ସହ ୮ଟି ବଡ ବଡ
ରାଜସ୍ବ ଗାଁ ଉମୁରୀ, ରଣ୍ଡାପାଲ୍ଲୀ, ଆମ୍ବାଗୁଡା, କୁମୁଲିପୁଟ, ହରଡ଼ାପୁଟ ଛକ, ଚାରଗାଁ, ହଡଫା ଓ ଜୟନ୍ତଗିରୀ ଆଦି ପ୍ରମୁଖ ଛକ ବି ରହିଛି। ତେଣେୁ ଏହି ସୋଲାର ଏଲଇଡି ଲାଇଟ୍ ଲାଗିବା ଦ୍ବାରା ରାସ୍ତା ଆଲୋକିତ ହେବା ଦ୍ବାରା ଛୋଟ ବଡ଼ ଦୁର୍ଘଟଣାକୁ ‌ରୋକିହେବ। ଏହା ବାଦେ ଛକ ଗୁଡିକ ବି ଆଲୋକିତ ହେବା ଦ୍ବାରା
ଛକର ବିକାଶ ହେବା ସହ ଦୁର୍ଘଟଣା ବି ସେତେଟା ‌ହେବ ନାହିଁ।

ତେବେଏହି ପ୍ରସ୍ତାବ ଯାଇ ୪ମାସ ବିତିଯାଇଥିଲେ ହେଁ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରି ନାହାନ୍ତି। ଏହି ପ୍ରସ୍ତାବ ପାରିତ ‌ କେନ୍ଦ୍ର ସରକାର ଆରମ୍ଭ କରିଲେ ନିଶ୍ଚିତ ରୁପେ ଏହି ୨୨କିଲୋମିଟର ରାସ୍ତାରେ ହେଉଥିବା ଦୁର୍ଘଟଣା ସହ ବିଭିନ୍ନ ରାହାଜାନୀ, ଲୁଟ ସହ ବିଭିନ୍ନ ଅପରାଧିକ ଗତିବିଧି ବି କମିଯିବାର ସମ୍ଭାବନା ରହିଥିବା କହିଛନ୍ତି ବୁଦ୍ଧିଜୀବୀ। ଏନଏଚ୍ ଦେଇଥିବା ପ୍ରସ୍ତାବକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରିବା ସହ ଏଭଳି ଜନହୀତକାରୀ ଯୋଜନାକୁ କେନ୍ଦ୍ର ସରକାର ତୁରନ୍ତ ଅନୁମୋଦନ
କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ଅନୁ‌ରୋଧ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button