ରାଜ୍ୟ

ବଲିଉଡରେ ନଜର ଆସିବେ ଓଡିଆ ଯୁବକ ‘ପ୍ରେମ୍‌‌’ – Ibnodisha

[ad_1]

ଭୁବନେଶ୍ବର : କିଛି ମାସ ପୂର୍ବର ଘଟଣା। ପ୍ରଯୋଜକ ତଥା ନିର୍ଦେଶକ ବିପୁଲ ଅମୃତଲାଲ୍ ଶାହ ତାଙ୍କ ‘କମାଣ୍ଡୋ’ ୱେବ୍ ସିରିଜ୍ ପାଇଁ ନୂଆ ଚେହେରା ଖୋଜିବାରେ ବ୍ୟସ୍ତ ଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୧୧ହଜାର ପ୍ରତିଯୋଗୀ ଏହି ଭୂମିକା ହାତେଇବା ପାଇଁ ଯଥେଷ୍ଟ ଉଦ୍ୟମ କରୁଥାନ୍ତି। କଥାଟି ‌ହେଉଛି କମାଣ୍ଡୋ ଭଳି ସିରିଜ୍, ତା’ ସହ ଜଣାଶୁଣା ପ୍ରଯୋଜକ ତଥା ନିର୍ଦେଶକ ବିପୁଲ ସାର୍  ଙ୍କ ସହ କାମ କରିବା କୌଣସି ସୌଭାଗ୍ୟଠାରୁ କମ୍ ନୁହେଁ।

ସାକ୍ଷାତକାର୍ ଦିନ ବିପୁଲ ପ୍ରଥମ ପ୍ରତିଯୋଗୀଙ୍କୁ ଭେଟିଲେ। ତାଙ୍କ ମନ ସେଇଠି ଅଟକିଗଲା। ଯାହା ହେଲେ ବି ନିର୍ଦେଶକ ମନ, ତେଣୁ ଅଧିକ ଆଶା ଆଶ ରଖି ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ସାକ୍ଷାତକାର୍ ମଧ୍ୟ ନେଲେ। ଶେଷରେ କିନ୍ତୁ ପ୍ରଥମ ସାକ୍ଷାତକାର୍ ଦେଇଥିବା ଯୁବକ ଜଣକ କମାଣ୍ଡୋ ଭୂମିକାରେ ବାଜି ମାରିଲେ। ସେଇ ଯୁବକ ହେଉଛନ୍ତି ଓଡିଆ ଯୁବକ ପ୍ରେମ ପରିଜା। ମନୋନୀତ ହେବା ପରେ ପ୍ରେମଙ୍କୁ ତୁରନ୍ତ ଆକ୍ସନ୍ ଦୃଶ୍ୟ ତାଲିମ ଦିଆଗଲା ଓ ତା’ ପରେ ଆରମ୍ଭ ହେଲା ସୁଟିଂ। ଯେତେବେଳେ ପ୍ରଥମଥର ଏହାର ଟ୍ରେଲରରେ ନିଜକୁ ଦେଖିଲେ, ପ୍ରେମ ବିଶ୍ବାସ କରି ପାରିନଥିଲେ। ମାୟା ନଗରୀ ମୁମ୍ବଇ ପହଞ୍ଚି ସଫଳ ହେବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି।

ମାତ୍ର ୧୧ ବର୍ଷ ବୟସରେ ମା’ଙ୍କ ସହ କିଙ୍ଗ୍ ଖାନ୍ ଶାହରୁଖ୍‌‌ଙ୍କ ଏକ ଚଳଚ୍ଚିତ୍ର ଦେଖିବାକୁ ଯାଇଥିବା ପ୍ରେମ ସେଇଦିନ ହିଁ ପ୍ରେମ ତାଙ୍କ ଜୀବନର ଲକ୍ଷ୍ୟ ସ୍ଥିର କରିଥିଲେ ଯେ ସେ ହିରୋ ହେବେ। ଭୁବନେଶ୍ବର ସେଣ୍ଟ ଜୋସେଫ୍ ବିଦ୍ୟାଳୟର ଛାତ୍ର ପ୍ରେମ ପାଠ ସହ ଖେଳ କୁଦରେ ବି ଆଗୁଆ ଥିଲେ। ସ୍କୁଲ ପାଠପଢ଼ା ସାରି ଦିଲ୍ଲୀ ହଂସରାଜ କଲେଜରେ ଭର୍ତ୍ତି ହୋଇ ଥିଏଟର, ଡ୍ରାମାରେ ଅଂଶଗ୍ରହଣ କରି ତାଙ୍କ ଅଭିନୟର ଯାଦୁ ଦେଖାଇଲେ। କିଛି ବର୍ଷ ପରେ ରଙ୍ଗୀନ ଦୁନିଆ ମୁମ୍ବଇରେ ପହଞ୍ଚି ନିଜ ଭାଗ୍ୟ ପରୀକ୍ଷା କଲେ ପ୍ରେମ।

ଚିହ୍ନା, ପରିଚିତ କେହି ନଥିବା ସତ୍ତ୍ବେ ଓଡିଆ ପୁଅ ପ୍ରେମ ହାର ମାନିଲେନି। ଦିନରାତି ଅକ୍ଳାନ୍ତ ପରିଶ୍ରମ କରିବା ସହ ଡାଏଟ୍ ଖାଦ୍ୟ ଖାଇ ରୀତିମତ ବ୍ୟାୟାମ ଦ୍ବାରା ନିଜ ଶାରୀରିକ ଗଠନକୁ ସବୁଠୁ ଅଧିକ ଗରୁୁତ୍ବ ଦେଲେ। କିଛି ବର୍ଷ ସଂଘର୍ଷ ପରେ ସଫଳତା ପାଇଥିଲେ ପ୍ରେମ। କମାଣ୍ଡୋ ସିରିଜ୍‌ରେ ତାଙ୍କ ଦମ୍‌‌ଦାର୍ ଆକ୍ସନ୍ ସହ ଭାବପ୍ରବଣ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। ଅଗଷ୍ଟ ୧୧ ତାରିଖ ଦିନ ସର୍ବଭାରତୀୟ ସ୍ତରରେ ଡିଜ୍‌‌ନୀ ହଟ୍‌‌ଷ୍ଟାର୍‌‌ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘କମାଣ୍ଡୋ’ ୱେବ୍‌‌ସିରିଜ୍‌‌ ମୁଖ୍ୟ ଭୂମିକାରେ  ପ୍ରେ ମ ପରିଜା, ଅଦା ଶର୍ମା, ଶ୍ରେୟା ସିଂ ଚୌଧୁରୀ, ଅମିତ୍ ସିଆଲ୍ ଅଭିନୟ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button