ରାଜ୍ୟ

ଶିକ୍ଷା ବିଭାଗର ଅସଲି ଚିତ୍ର : ସ୍କୁଲରେ ପିଲା ଖାଇଲେ ସୋୟାବିନ୍, ଶିକ୍ଷକ ଖାଇଲେ ଚିଙ୍ଗୁଡି

ଚାନ୍ଦବାଲି :ରାଜ୍ୟରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ର ନଗ୍ନ ଚିତ୍ର ଏବେ ସାମ୍ନା କୁ ଆସୁଛି।ନିଜର ମନ ମାନି ରେ ଶିକ୍ଷକ ମାନେ ସ୍କୁଲ ଭିତରେ ରାଜୁତି ଚଳାଉ ଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲରେ ଖାଉଛନ୍ତି ଚିଙ୍ଗୁଡି ଝୋଳ ଆଉ ପିଲାମାନେ ଖାଉଛନ୍ତି ସୋୟାବିନ ଝୋଳ । ଏମିତିକି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦିଦିଙ୍କୁ ପଚାରିବାରୁ କହୁଛନ୍ତି ଆମେ ଖାଇଲେ ସିନା ତୁମ ଛୁଆଁଙ୍କୁ ମନ ଦେଇ ପାଠ ପଢାଇବୁ…।ଭିଡିଓଟି ଭଦ୍ରକ ଜିଲ୍ଲା କରଞ୍ଜ ମାଳ ପଞ୍ଚାୟତ ସରସ୍ଵତୀ ନୋଡାଲ ବିଦ୍ୟାଳୟର ବୋଲି ଜଣାପଡିଛି । ଏହି ଭିଡିଓ ଏବେ ପଦାକୁ ଆଣିଛି ଶିକ୍ଷା ବିଭାଗର ଅସଲି ଚିତ୍ରକୁ । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି କରଞ୍ଜ ମାଳ ପଞ୍ଚାୟତ ସରସ୍ଵତୀ ନୋଡାଲ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲ ଭିତରେ ଚିଙ୍ଗୁଡି ଓ ଭେଣ୍ଡି ପକା ସୁଆଦିଆ ତରକାରି ଖଉଥିବାର ପିଲାମାନେ ସୋୟାବିନ ତରକାରୀ ଖାଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।ସରକାର ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ଜୋର ଧରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button