IBN ଓଡ଼ିଶା ଏକ୍ସକ୍ଲୁସିଭ୍IBN ଓଡ଼ିଶା ବ୍ୟୁରୋରାଜ୍ୟ

୧୩ଦଫା ଦାବି ନେଇ ଉଠୁଛି ପଡୁଛି ଧର୍ମଶାଳା

ଧର୍ମଶାଳାର ମୌଳିକ ସମଶ୍ୟା ନେଇ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର IBN ଓଡିଶା(ବ୍ୟୁରୋ)

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଏକ ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ।ଏହା ୫୪ ପଞ୍ଚାୟତ ର ଆନୁମାନିକ ୫ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଙ୍କୁ ନେଇ ଗଠିତ।ଓଡ଼ିଶାରେ ଧର୍ମଶାଳା ଉର୍ଣ୍ଣତି ଏବଂ ପ୍ରଗତିର ପ୍ରୟୋଗ ଶାଳା ବୋଲି ସରକାରୀ ଭାବେ ପ୍ରାୟୋଜିତ ହେଉଥିବା ବେଳେ ବାସ୍ତବରେ ଏଠି ଓଲଟା ଚିତ୍ର ଦେଖିବାକୁ ମିଳେ।ଯାହାକୁ ନେଇ ଆଜି ଧର୍ମଶାଳା ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଚାରିଜଣିଆ ପ୍ରତିନିଧି ଦଳରେ ସାମାଜିକ କର୍ମୀ ଦେବବ୍ରତ ରାଉତ ଙ୍କ ନେତୃତ୍ୱରେ ସାମ୍ବାଦିକ ମାନସ ରଞ୍ଜନ ବିଶ୍ୱାଳ,ସଞ୍ଜୟ କୁମାର ମିଶ୍ର ଏବଂ ବାବୁ ସାହୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ଭେଟି ୧୩ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ଖବର ରୁ ପ୍ରକାଶ ଯେ ଓଡ଼ିଶାର କଳାହିରା କୁହାଯାଉଥିବା ଧର୍ମଶାଳା ଅଂଚଳର କଳାପଥର ହରିଲୁଟ ଏବଂ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରିଲୁଟ ପରେ ସରକାରୀ ସ୍ତରରେ ଏହି ବହୁ ଚର୍ଚ୍ଚିତ ଦୁର୍ନୀତି ର ତଦନ୍ତ କରାଯାଇ ୩୦୦ରୁ ଉର୍ଦ୍ଧ୍ବ କୋଟି ଟଙ୍କାର ଜୋରିମାନା ଅନାଦେୟ କୁ ତୁରନ୍ତ ସରକାରୀ ତହବିଲରେ ପୈଠ କରିବା,ଧର୍ମଶାଳା କୁ ସବ୍ଡିଭିଜନ ମାନ୍ୟତା ପ୍ରଦାନ, ଜାରକା ସଲଗ୍ନ ପାଞ୍ଚଟି ପଞ୍ଚାୟତ କୁ ବିଜ୍ଞାପିତ ପରିଷଦ ଅନ୍ତର୍ଭୁକ୍ତ କରିବା, ଓଡ଼ିଶାର ବୃହତ କୃଷକ ବଜାର ବାରବାଟୀ ଠାରେ ଏକ ବୃହତ ଶୀତଳ ଭଣ୍ଡାର ସ୍ଥାପନ,ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ଠାରେ କୃଷି ଓ କୃଷକ ର ଉର୍ଣ୍ଣତି ପାଇଁ ଏକ ବ୍ୟାରେଜ ନିର୍ମାଣ,ଧର୍ମଶାଳା ରେ ଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଏବଂ ଅନ୍ୟାନ୍ୟ ପଦବୀ ପୂରଣ ସହିତ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉର୍ଣ୍ଣତ ମାନର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରିତ କରିବା, ଧର୍ମଶାଳା ଥାନାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ତତ ସହିତ ବାରମ୍ବାର ବେଆଇନ ଗିରଫଦାରୀ ଏବଂ ମିଥ୍ୟା ମାମଲାରେ ନିରୀହ ଜନସାଧାରଣ, ସାମ୍ବାଦିକ ଓ ସମାଜସେବୀ ଙ୍କୁ ନିର୍ଦୋଷ ରେ ଗିରଫ କୁ ବନ୍ଦ କରିବା,ତତ ସହିତ ଏଠାକାର ବେକାର ଯୁବକ ଯୁବତୀ ମାନଙ୍କୁ ଏସିଆ ମହାଦେଶ ର ସର୍ବ ବୃହତ ଇସ୍ପାତ ନଗରୀ କଳିଙ୍ଗନଗର ସମେତ ବିଭିନ୍ନ ଶିଳ୍ପ ସଂସ୍ଥା ରେ ନିଯୁକ୍ତି ପ୍ରଦାନ କରିବା ,ଧର୍ମଶାଳା ର ପ୍ରତ୍ୟେକ ପରିବାର କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା,ଧର୍ମଶାଳା ଅଂଚଳରେ ବିପର୍ଯ୍ୟସ୍ତ ସରକାରୀ ଶିକ୍ଷା ବ୍ୟବସ୍ଥା ର ପୁନଃ ଉଦ୍ଧାର ନିମନ୍ତେ ତୁରନ୍ତ ପ୍ରଦକ୍ଷେପ ନେବା, ଧର୍ମଶାଳା ର ସମସ୍ତ କୃଷି କ୍ଷେତ୍ରକୁ କେନାଲ ଏବଂ ଲିଫ୍ଟ ପୟଣ୍ଟ ଜରିଆରେ ଜଳ ସେଚନ ସୁବିଧା ଯୋଗାଇଦେବା, ଲାଙ୍ଗୁଡ଼ି ସମେତ ସମସ୍ତ ବୌଦ୍ଧ କୀର୍ତିରାଜି ର ସୁରକ୍ଷା,ଏବଂ ପର୍ଯ୍ୟଟନ ବିକାଶ କୁ ଗୁରୁତ୍ୱ ପ୍ରଦାନ କରିବା ସହ ଧର୍ମଶାଳା ମହାବିଦ୍ୟାଳୟ କୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ମାନ୍ୟତା ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ସମ୍ପର୍କରେ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳ ଙ୍କ ସହ ପାଖାପାଖି ୩୦ମିନିଟ ଧରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ।ତେବେ ଏହି ମୌଳିକ ଦାବି ପ୍ରତି ରାଜନେତା ଙ୍କ ଆନ୍ତରିକତା ଏବଂ ନାଗରିକ ସୁରକ୍ଷା ମଞ୍ଚ ର ପ୍ରତିନିଧି ମଣ୍ଡଳୀ ଙ୍କ ଆଲୋଚନା ଧର୍ମଶାଳା ଅଂଚଳରେ ମୁଖ୍ୟ ଅଲୋଚନାର ପ୍ରସଙ୍ଗ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button