IBN ଓଡ଼ିଶା ବ୍ୟୁରୋ

ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ, ଓଡ଼ିଶାରୁ ୩ଶହ କଳାକାର: ସମ୍ବଲପୁରୀ, ପଶୁମୁଖା ନୃତ୍ୟ ଓ ବାଘ ନାଚ ସାମିଲ

ନୂଆଦିଲ୍ଲୀ: ଆସନ୍ତା ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ -୨୦୨୫ ଉତ୍ସବରେ ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ୫ହଜାର କଳାକାରଙ୍କ ଦ୍ବାରା ପରିବେଷଣ ହେବ ୧୧ ମିନିଟ୍‌ ଅବଧିର ‘ଜୟତି ଜୟ ମମ ଭାରତମ’ ନୃତ୍ୟ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଅକାଦେମି ଦ୍ବାରା ଏହି ନୃତ୍ୟର ପରିକଳ୍ପନା କରାଯାଇଛି ତଥା ସଙ୍ଗୀତ ନାଟକ ଅକାଦେମିର ଅଧ୍ୟକ୍ଷା ଡ. ସଂଧ୍ୟା ପୁରେଚା ଏହାର ମୁ୍ଖ୍ୟ କୋରିଓଗ୍ରାଫର୍‌ ରହିଛନ୍ତି। ଏହି ନୃତ୍ୟରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୫୦ଟି ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟର କଳାକାର ସାମିଲ ହୋଇଛନ୍ତି।

ଓଡ଼ିଶାର ତିନି ଲୋକନୃତ୍ୟ ସମ୍ବଲପୁରୀ, ପଶୁମୁଖା ନୃତ୍ୟ ଓ ବାଘ ନାଚର ୩୦୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ବିକଶିତ ଭ‌ାରତ, ‘ବିରାସତ ଭି, ବିକାଶ ଭି’ ଓ ଏକ ଭାରତ ଶ୍ରେଷ୍ଠ ଭାରତ ଥିମ୍‌ରେ କଳାକାରମାନେ ନୃତ୍ୟ ପରିବେଷଣ କରିବେ। ସମ୍ବଲପୁରୀ ନୃତ୍ୟ ପାଇଁ ଓଡ଼ିଶାରୁ ୨୫୦ରୁ ଅଧିକ ମହିଳା କଳାକାର ଭାଗ ନେଇଥିବାବେଳେ ପଶୁ ମୁଖା ନୃତ୍ୟ ଓ ବାଘ ନାଚ ପାଇଁ ୫୦ କଳାକାର ସାମିଲ ହୋଇଛନ୍ତି। ୫ହଜାର କଳାକାର ଗତ ମାସ ୨୦ରୁ ସ୍ଥାନୀୟ ଆଇସିଏଆର୍‌ସ୍ଥିତ ପୁଷା ଗ୍ରାଉଣ୍ଡ୍‌ରେ ନୃତ୍ୟପାଇଁ ଅଭ୍ୟାସ ଜାରି ରଖିଛନ୍ତି। ସମ୍ବଲପୁରୀ ନୃତ୍ୟ ଦଳରେ କେସିଙ୍ଗାରୁ ଆସିଥିବା କମଳିନୀ ମାଝୀ କହିଛନ୍ତି, ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟପଥରେ ସମ୍ବଲପୁରୀ ନୂତ୍ୟ ପରିବେଶଷ କରିବା ଏକ ଗର୍ବ ଓ ଗୌରବର ବିଷୟ। ସେହିପରି କଳାଗ୍ରାମର ନିର୍ଦ୍ଦେଶକ ରବି ରତନ ସାହୁଙ୍କ କହିବା ଅନୁସାରେ ଚଳିତ ବର୍ଷର ଥିମ୍‌ ଅନୁସାରେ ଓଡ଼ିଶାର ଲୋକନୃତ୍ୟ କଳାକାରମାନଙ୍କର ପ୍ରଦର୍ଶନ ଉଚ୍ଚକୋଟିର ହେବ ବୋଲି ‘ସମ୍ବାଦ’କୁ କହିଛନ୍ତି। ଚଳିତ ବର୍ଷ ପରେଡ୍‌ରେ ପ୍ରଥମ ଥର ପାଇଁ ସାଂସ୍କୃତିକ କଳାକାରମାନଙ୍କ ଦ୍ବାର ୨୦୦ ଜଣିଆ ବ୍ୟାଣ୍ଡ୍ ଭାଗ ନେଇଛି। ଏଥିରେ ଓଡ଼ିଶାର ବରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ କଳାକାର ସାମିଲ ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button