IBN ଓଡ଼ିଶା ବ୍ୟୁରୋ

ଏହି ସବୁ ସଙ୍କେତ ରୁ ଜାଣିନିଅନ୍ତୁ, ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି

କୁହାଯାଏ ଭାଗ୍ୟର ଖେଳ ଆଗରେ କାହାର ଚାଲେ ନାହିଁ ତେଣୁ ଯଦି ଭାଗ୍ୟ ବଦଳିବ ତେବେ ଜଣେ ଭିକାରି ରାତାରାତି ଲକ୍ଷପତି ପାଲଟିଯିବ । ଜ୍ୟୋତିଷ ଶାସ୍ତ୍ର କହେ କିଛି ବ୍ୟକ୍ତି ଜନ୍ମରୁ ଭାଗ୍ୟବାନ ହୋଇଥାନ୍ତି ଆଉ କିଛି ଜଣ ଗରିବ ଭାଗ୍ୟକୁ ଆଦରୀ ସାରା ଜୀବନ ଦୁଃଖରେ କାଟିଦିଅନ୍ତି ।ଶାସ୍ତ୍ରବିତ୍‌ ମାନେ ଏମିତି ମଧ୍ୟ କୁହନ୍ତି ନିଜର ଭାଗ୍ୟ ନିଜର କ୍ରମ ଉପରେ ନିର୍ଭର କରେ ସେ ଏଇ ଜନ୍ମର ହେଉ କି ପୂର୍ବ ଜନ୍ମର। ଜାଣିବା କିଛି ଭାଗ୍ୟ ବଦଳିବାର ସଙ୍କେତ ।

ଯଦି ଆପଣ କୌଣସି କାମରେ ଘରୁ ବାହାରିଲା ବେଳେ ସାପ ଦେଖୁଛନ୍ତି ତେବେ ଏହା ଭଗବାନଙ୍କ ଆଶୀର୍ବାଦ ହୋଇ ଥାଏ ଓ ଦିନଟିରେ ଶୁଭ ଫଳ ମିଳିଥାଏ। ଏହା ସହିତ ଯଦି ଘରୁ ବାହାରିଲା ବେଳେ କେହି ଝାଡୁ କରୁଥିବା ବ୍ୟକ୍ତି ଦେଖିଲେ ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ନିୟମିତ ସ୍ବପ୍ନରେ ପାଣି, ନଦୀ ଓ ମା ଲକ୍ଷ୍ମୀଙ୍କୁ ଦେଖୁଛନ୍ତି ତେବେ ନିକଟ ଭବିଷ୍ୟତରେ ଆପଣଙ୍କ ଭାଗ୍ୟ ବଦଳିବାର ସମ୍ଭାବନା ଅଛି। ଯଦି ସକାଳୁ ଆଖି ଖୋଲିବା ବେଳେ ଆପଣ କ୍ଷୀର, ପୂର୍ଣ୍ଣ କଳସ ଦେଖୁଛନ୍ତି ତେବେ ଏହା ଏକ ଶୁଭ ସଙ୍କେତ ହୋଇ ଥାଏ।

ସବୁଠୁ ଶୁଭ ସଙ୍କେତ ଯଦି ଘରୁ ବାହାରିଲା ବେଳେ ଅଚାନକ ନାଲି ଶାଢ଼ି ପିନ୍ଧି କିମ୍ବା ସାତ ଶୃଙ୍ଗାର ହୋଇ ମା ଲକ୍ଷ୍ମୀ ପରି କେଉଁ ବିବାହିତା ମହିଳାଙ୍କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ଏକ ଅତ୍ୟନ୍ତ ଶୁଭ ସମୟ ଆସିବାର ସଙ୍କେତ ହୋଇ ଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button