ରାଜନୀତି

ବିଜେଡ଼ି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ – Ibnodisha

[ad_1]

– ନିଜର ଅପାରଗତା ଲୁଚାଇବାକୁ ଚିଠିର ଆଶ୍ରା ନେଇଛନ୍ତି ନବୀନ
– ଓଡ଼ିଶାକୁ ଅଣଓଡ଼ିଆଙ୍କ ହାତରେ ଟେକିଦେବା ପାଇଁ ସମୁଧା

ଭୁବନେଶ୍ୱର: ନବୀନ ଓ ମୋଦୀ ରାଜ୍ୟ ତଥା ଦେଶକୁ ଲୁଟୁଛନ୍ତି । ଦୁର୍ନୀତିରେ ବୁଡ଼ି ରହିଛନ୍ତି ଉଭୟ ସରକାର । ରାଜ୍ୟରେ ୨୪ ବର୍ଷର ଶାସନକାଳରେ ନବୀନ ବାବୁ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ଧୋକା ପରେ ଧୋକା ଦେଇ ଚାଲିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ନବୀନବାବୁଙ୍କ କାରସାଦି ଓ ଜାଲିଆତି ବୁଝିଗଲେଣି । ଅବୈଧ ବଣ୍ଡ ଜରିଆରେ ବିଭିନ୍ନ କମ୍ପାନୀ ଠାରୁ ଆଂଚଳିକ ଦଳ ବିଜେଡ଼ି ସବୁଠୁ ଅଧିକା ଦଳୀୟ ପାଣ୍ଠି ଆଦାୟ କରିଛନ୍ତି । ଏହା ସୂଚୀତ କରୁଛି ନବୀନ ବାବୁ ରାଜ୍ୟକୁ ଲୁଟିବାପାଇଁ ସଂପୃକ୍ତ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଛନ୍ତି । ମାନ୍ୟବର ସୁପ୍ରିକୋର୍ଟଙ୍କ ହସ୍ତକ୍ଷେପ ପରେ ଶାସକ ଦଳର ଅସଲ ଚିତ୍ର ଓ ଚରିତ୍ର ସାମନାକୁ ଆସିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଚିଟ୍‌ଫଣ୍ଡ ମହାଦୁର୍ନୀତି ଓ ଖଣି ଦୁର୍ନୀତିରେ ସଂପୃକ୍ତ ରାଜ୍ୟସରକାରଙ୍କୁ ଘଂଟ ଘୋଡାଉଛନ୍ତି କେନ୍ଦ୍ର ସରକାର । ନିର୍ଦ୍ଦୋଶ ରାଜନେତା ଓ ବ୍ୟକ୍ତି ବିଶେଷଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ଚଢ଼ାଉ କରିଥିବା ବେଳେ କୋଟି କୋଟି ଟଙ୍କାର ମହାଦୁର୍ନୀତିରେ ସଂପୃକ୍ତ ନବୀନ ସରକାରଙ୍କୁ ମୋଦୀ ସରକାର କାହିଁକି ଘଂଟ ଘୋଡାଉଛନ୍ତି ଓ ଏହା ପଛର ଅସଲି ଉଦ୍ଦେଶ୍ୟ କ’ଣ ତାହା ରାଜ୍ୟବାସୀଙ୍କୁ ଆଉ ଅଜଣା ଓ ଅଛପା ନାହିଁ । ରାଜ୍ୟବାସୀଙ୍କ ଆକ୍ରୋଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତିବା ପାଇଁ ଯେଉଁ ଭ୍ରମାତ୍ମକ ଚିଠି ଲେଖିଛନ୍ତି ତାହାର ବାସ୍ତବତା ନେଇ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡ଼ିଆ ଲେଖିବାତ ଦୂରର କଥା ଓଡ଼ିଆ ପଢ଼ିପାରୁନଥିବା ଏବଂ ଖଣ୍ଡି ଓଡ଼ିଆ କହୁଥିବା ନବୀନ ବାବୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠି ଭ୍ରମାତ୍ମକ ଓ କପୋଳକଳ୍ପିତ । ବାସ୍ତବତା ହେଉଛି ରାଜ୍ୟର କୃଷକ, ମହିଳା, ଯୁବକ ଓ ଛାତ୍ର ଦିଶାହୀନ ହୋଇପଡ଼ିଛନ୍ତି ।

ତଥାପି ନବୀନ ବାବୁ କ୍ଷମତାରେ ରହିବାପାଇଁ ବିକଳ ହୋଇ ଚିଠିର ଆଶ୍ରା ନେଇଛନ୍ତି, ଯାହା ଦୁଃଖ ଓ ପରିତାପର ବିଷୟ । ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ଯାଉଛି । ଖଣିଜ ସମ୍ପଦରେ ସମୃଦ୍ଧ ଆମ ରାଜ୍ୟ ଓଡ଼ିଶାକୁ ଅଣଓଡ଼ିଆଙ୍କ ହାତରେ ଟେକିଦେବା ପାଇଁ ଅହରହ ଉଦ୍ୟମ ଚାଲିଛି । ଏପରିକି ରାଜ୍ୟ ଶାସନ ଅଣଓଡ଼ିଆଙ୍କ ଜରିଆରେ ଚାଲିଛି । ରାଜ୍ୟରେ ଖଣି, ପାଣି, ଜଙ୍ଗଲ ଜମିକୁ ଦିନ ଦ୍ୱିପ୍ରହରରେ ଅଣଓଡ଼ିଆମାନେ ଲୁଟ କରିଚାଲିଥିବା ବେଳେ ନବୀନ ବାବୁ ସେମାନଙ୍କ ସାଥ ଦେଇ ଓଡ଼ିଶାର ଅସ୍ତିତ୍ୱକୁ ଭୁଲୁଣ୍ଠିତ କରିଚାଲିଛନ୍ତି । କୃଷକ ଏଠି ନ୍ୟାୟ ପାଇବାରୁ ବଂଚିତ, ମହିଳା ଏଠାରେ ଅସୁରକ୍ଷିତ, ନାରୀ ନିର୍ଯ୍ୟାତନା ଓ ମହିଳା ଚାଲଣରେ ଓଡ଼ିଶା ଏକନମ୍ବର ସ୍ଥାନରେ ରହିଛି । ଏପରିସ୍ଥଳେ ବାସ୍ତବତା ଉପରେ କଳାଚାଦର ଢ଼ାଙ୍କି ନବୀନ ବାବୁ ଯେଉଁ ପ୍ରହେଳିକାପୂର୍ଣ୍ଣ ଚିଠି ଲେଖି ରାଜ୍ୟବାସୀଙ୍କୁ ଭ୍ରମିତ କରିବପାଇଁ ଅପଚେଷ୍ଟା କରୁଛନ୍ତି, ତାହା ଆଗାମୀ ନିର୍ବାଚନରେ ସାଢ଼େ ଚାରି କୋଟି ରାଜ୍ୟବାସୀ ତାଙ୍କୁ ଉଚିତ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ଯେ ଖଣ୍ଡି ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ୨୪ ବର୍ଷଧରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇଛନ୍ତି । ଓଡ଼ିଶା ଓ ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଥିବା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଚିଠି ଅବାସ୍ତବ, ଭିତିହୀନ ଓ ନିରର୍ଥକ ଯାହା ସାଧାରଣ ଜନତା ସଂପୂର୍ଣ୍ଣ ବୁଝିସାରିଲେଣି ଓ ଠିକଣା ସମୟରେ ଉଚିତ ଜବାବ ଦେବେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗଣମାଧ୍ୟମର ପ୍ରଭାରୀ ବବିତା ଶର୍ମା, ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button