ରାଜ୍ୟ

ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ଓ‌ ରାଁସୋଳ ପଞ୍ଚାୟତରେ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତି ପାଳନ – Ibnodisha

[ad_1]

ଯାଜପୁର: କ୍ରାନ୍ତିବୀର ସ୍ଵାଧୀନତା ସଂଗ୍ରାମୀ, ମହାନ ଆଦିବାସୀ ନେତା, ସମାଜ ସୁଧାରକ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ସୁକିନ୍ଦା ଖଣି ଅଞ୍ଚଳର କୁହିକା ପଞ୍ଚାୟତ, ରାଁସୋଳ ପଞ୍ଚାୟତ ପୁରିଆଝର୍, କାଳିଆପାଣି ପଞ୍ଚାୟତ ବିର୍ସା ନଗର ପାଳିତ ହୋଇଯାଇଛି। ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗ ଦେଇ ଶହୀଦ ବିର୍ସା ମୁଣ୍ଡାଙ୍କ ମୃର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାହା ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଭାବରେ ତାଙ୍କର ସାହସ ଓ ବଳିଦାନ ସହ ଆଦିବାସୀଙ୍କ କଲ୍ୟାଣ ଦିଗରେ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଚିରସ୍ମରଣୀୟ ହୋଇ ରହିବ ବୋଲି ତାଙ୍କ ଅଭିଭାଷଣ ରେ ରଖିଛନ୍ତି।

ସେହିପରି ସୁକିନ୍ଦାଗଡ଼ ପଞ୍ଚାୟତର ବିରିଗଡା ଗ୍ରାମ ଓ ବନ୍ଧଗାଁ ପାଞ୍ଚାୟତରେ ସହୀଦ ବିର୍ଷା ମୁଣ୍ଡା ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ପ୍ରବଳ ପ୍ରତାପୀ ବିର୍ସାଙ୍କ ଜୟନ୍ତୀରେ ଦେଶର ସର୍ବ ପୁରାତନ ବାସିନ୍ଦା-ଜନଜାତି ସମ୍ପ୍ରଦାୟର ସାହସିକତା,କଳା-ସଂସ୍କୃତି ଏବଂ ଐତିହ୍ୟକୁ ମହା ଆଡ଼ମ୍ବରରେ ପାଳନ କରାଯାଇଛି।ଏହି ପରିପେକ୍ଷି ରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ମଣ୍ଡଳୀ ରେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ପାଳନ କରା ଯାଉଛି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button