ରାଜ୍ୟ

ଶ୍ୱଶୁର ଘରକୁ ଯାଇ ଯୁବକ ନିଖୋଜ ଅଭିଯୋଗ  – Ibnodisha

[ad_1]

ରାଇରଙ୍ଗପୁର/ବିଜାତଳା: ଶ୍ବଶୁର ଘରକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଉଛନ୍ତି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଇହରି ଗ୍ରାମର ଶ୍ରୀକୃଷ୍ଣ ବେହେରା (୨୪)। ସେ ଗତ ୫ ତାରିଖ ଦିନ ଶ୍ବଶୁର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ ବିରିକୋଟା ପଞ୍ଚାୟତର ବରେଇକୁ ଯାଇଥିଲେ। ତେବେ ୭ ତାରିଖ ସ୍ତ୍ରୀକୁ ବାପଘରେ ଛାଡି ଏକୁଟିଆ ବସ ଯୋଗେ ଫେରୁଥିବା ବେଳେ ବାଟରୁ କୁଆଡେ ନିଖୋଜ ହୋଇଯାଇଛନ୍ତି। ପରିବାର ଲୋକେ ଅନେକ ଖୋଜାଖୋଜି କରି ନିରାଶ ହେଲା ପରେ ଶେଷରେ ଯୁବକଙ୍କ ବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ଏହି ନିଖୋଜ ଯୁବକଙ୍କ ସନ୍ଧାନ ପାଆନ୍ତି ତେବେ, ନିକଟସ୍ଥ ଥାନାରେ  କିମ୍ବା ୬୩୭୦୦୦୫୧୭୬ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ନିଖୋଜ ଯୁବକଙ୍କ ବାପା ପ୍ରାଣ ଗୋପାଲ ବେହେରା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button