ରାଜ୍ୟ

ସ୍ବଚ୍ଛତା ହିଁ ସେବା, ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ଧରିଲେ ଝାଡୁ ଓ କୋଡ଼ି – Ibnodisha

[ad_1]

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଜୟପୁର ପୌରପାଳିକା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପୌରପାଳିକା ସହରର ବିଭିନ୍ନ ସରକାରୀ, ବେସରକାରୀ ସ୍କୁଲ, ଅନୁଷ୍ଠାନ , ଚାମ୍ବର ଅଫ କମର୍ସ ଆଦି ସଂସ୍ଥାର ସହଯୋଗରେ ଆଜି ଏହି ଦିବସ ପାଳନ କରିଥିଲେ। ସ୍ଥାନୀୟ ଗାନ୍ଧୀଛକରେ ଥିବା ଜାତିର ଜନକ ବାପୁଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ  ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଏସଡିପିଓ ହରିଶ ବି.ସି, ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ସମାଜସେବୀ ସଂଜୟ ଜୈନ, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, କେସିସି ବ୍ୟାଙ୍କ ନିର୍ଦ୍ଦେଶିକା ଡ.ଇନ୍ଦିରା ନନ୍ଦ, ପୂର୍ବତନ କାଉନସିଲର ବାଲା ରାୟ,ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଓଏସଡି ଡ.ଦେବୀ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର, ଏନସିସି ଅଧିକାରୀ ଲକ୍ଷ୍ମଣ ପାତ୍ର, ସନ୍ତୋଷୀନି ମୁଣ୍ଡା ,ସୁକାନ୍ତି ସୟ, ଡ.ଅରୁଣ କୁମାର ରାଜ, ଡ.ଋଷଭ କୁମାର ସାହୁ, ବିଭିନ୍ନ ୱାର୍ଡର କାଉନସିଲର, ସ୍ବେଚ୍ଛାସେବୀ ଆଦି ଭାଗ ନେଇ ହାତରେ ଝାଡୁ  ଧରି ରାସ୍ତା ଝାଟେଇବା ସହ କୋଡିରେ ମଇଳା ଉଠାଉଥିବା ଦେଖିବାକୁ ମିଳିଥିଲା।ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଏନସିସି ,ୟୂଥ୍ ରେଡକ୍ରସ ଓ ଅନ୍ୟ କିଛି ବିଦ୍ୟାଳୟର ସ୍କାଉଟ ଓ ଗାଇଡ୍ , ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସିୱା’ ଅଟୋ ମାଲିକ ସଂଘ, ଜୟପୁର ଚାମ୍ବର ଅଫ କମର୍ସ, ରୋଟରୀକ୍ଲବ ଆଦି ଏଥି‌ରେ ଭାଗ ନେଇ ସହର ସଫେଇ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button