ରାଜ୍ୟ

ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ଛୁଇଁଲା ୪୧.୩ ଡିଗ୍ରି – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଦିନ ସାଢ଼େ ୧୧ଟା ସୁଦ୍ଧା ନିଆଁ ପିଣ୍ଡୁଳା ପାଲଟିଛି ସାରା ଓଡ଼ିଶା। ୪୦ ଡିଗ୍ରି ଉପରେ ରହିଛି ୫ଟି ସହରର ତାପମାତ୍ରା । ୪୧.୩ ଡିଗ୍ରି ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ଏଣେ ଭୁବନେଶ୍ୱରରେ ୪୧.୨ ଡିଗ୍ରି ରହିଛି ପାରଦ। ସେହିପରି ସମ୍ବଲପୁରରେ ୪୦.୬, ହୀରାକୁଦରେ ୪୦.୪, କେନ୍ଦୁଝରରେ ୪୦, ରାଉରକେଲାରେ ୩୯.୬, ବାଲେଶ୍ୱରରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆହୁରି ଦୁଇରୁ ତିନି ଦିନ ଯାଏଁ ଜାରି ରହିବ ହିଟୱେଭର ପ୍ରଭାବ । ଆଜି ମଧ୍ୟ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା ରହିଛି । ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇରୁ ତିନି ଦିନ ଯାଏ ରହିବ ହିଟ୍ ଓ୍ଵେଭର ପ୍ରଭାବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରି ଟପିବା ଆଶଙ୍କା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ଵିନ ସିଟି ସହ ବୋୖଦ୍ଧ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟ କରାଯାଇଛି।ଦୁଇ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇବା ସମ୍ଭାବନା ରହିଥିବା ବେଳେ ୬,୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଫଳରେ ତାତିରୁ ତ୍ରାହି ମିଳିପାରେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button