ରାଜ୍ୟ

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବଚ୍ଛତା ଓ ସେବା ଅଭିଯାନ, ବୃକ୍ଷରୋପଣ – Ibnodisha

[ad_1]

ଜୟପୁର: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜୟନ୍ତୀ ପୂର୍ବଦିନ ସ୍ୱଚ୍ଛ ଭାରତ ଅଭିଯାନ, ଶପଥ ପାଠ, ବୃକ୍ଷରୋପଣ ଓ ସଚେତନତା ରାଲି  ବିଭିନ୍ନ ସ୍କୁଲ, ଅନୁଷ୍ଠାନ ପକ୍ଷରୁ କରାଯାଇଛି। ଏହି କ୍ରମରେ ଏକମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଡ.ଜ୍ୟୋତ୍ସ୍ନା ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଜୟପୁରର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ଓ ସିଆରସିସି ସର୍ବେଶ୍ୱର ପଟ୍ଟନାୟକ  ଭାଗ ନେଇଥିଲେ। ଏଥିରେ ମୋ ସ୍କୁଲ ଅଭିଯାନର ଆଲୁମିନୀ ସଭାପତି ସଞ୍ଜୟ ସ୍ଵାର , ଲଇଚନ ହରିଜନ , ଶିକ୍ଷକ ଓ ଶିକ୍ଷୟିତ୍ରୀ ବି. ନଳୀନ କୁମାର, ଉମାରାଣୀ ସାହୁ, ରାଜଲକ୍ଷ୍ମୀ ପ୍ରିୟା ସାମନ୍ତରାୟ, କୁମାରୀ ବୃନ୍ଦାବତୀ ଖରା, ମନୋଜ କୁମାର ମିଶ୍ର, ପ୍ରସନ୍ନ କୁମାର ପାଣିଗ୍ରାହୀ, ବାଳ ଗୋପାଳ ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଭାଗ ନେଇ ଥିଲେ।

ସରକାରୀ ମହାରାଣୀ ହୀରାଦେବୀ ପୌର ଉଚ୍ଚ ବିଦ୍ୟାଳୟରେ   ପ୍ରଧାନ ଶିକ୍ଷୟିତ୍ରୀ ସ୍ବାତୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ପଣ୍ଡା, ଆଲୁମିନି ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର ,ବରିଷ୍ଠ ଆଲୁମିନି ଜି.ନାଗାରାଜୁ,ସତ୍ୟ ନାରାୟଣ ମହାରଣା, ତ୍ରିନାଥ ନାୟକ,କମଳ ମହାନ୍ତି, ପଙ୍କଜ ସୂନା,ଏସ୍ ଏମ୍ ସି ସଭାନେତ୍ରୀ କେ ତୂଳସୀ,ପି ଟି ଏ ର ସନ୍ଧ୍ୟରାଣୀ ମହାପାତ୍ର,ଲିପିକା ପାତ୍ର,ସୁସ୍ମିତା ରଥ,ସୀମା ଜୟଧର ପ୍ରମୁଖ ଶିକ୍ଷୟିତ୍ରୀ ଗଣ ଏବଂ ଅନେକ ଆଲୁମିନି ଙ୍କ ଦ୍ବାରା ବିଦ୍ୟାଳୟ ହତା ସଫେଇ କରାଯାଇଥିଲା। ଶେଷରେ ସୁସ୍ମିତା ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ଭାରତୀୟ ଖଦ୍ୟ ନିଗମ (ଏଫସିଆଇ) ଜୟପୁର ମଣ୍ଡଳ ପକ୍ଷରୁ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଏହି ଦିବସ ପାଳନ କରାଯାଇ ସଫେଇ କରାଯାଇଥିଲା। ଏଥିରେ ପ୍ରବନ୍ଧକ ଆଶିଷ ଭୈମିକ, କୌଳାସ ଚନ୍ଦ୍ର ଶର୍ମା, ଗୌରହରି ସାହୁ, ବିକି ପ୍ରଧାନ, ରେଖା ପ୍ରିତୀ ପଦ୍ମା, ମନୋଜ କୁମାର ନାଥ, ହେମନ୍ତ ବିଶ୍ବାଳ, ନିରଜ ବର୍ମା ଏବଂ ରଂଜିତ ମଲ୍ଲୀକ ପ୍ରମୁଖ ଯୋଗ ଦେଇ କ୍ୟାମ୍ପସରେ ସଫେଇ କରିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣକରିଥିଲେ।

ମୁର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ଜୟପୁର ବ୍ଲକ ଅନ୍ତର୍ଗତ ହରିଡ଼ାପୁଟ ଓ ଡାଙ୍ଗରା ଗାଁ ଜଳବିଭାଜିକା ଠାରେ ଏହା ଅନୁଷ୍ଠିତ ହୋଇଥିଲା।  ଜୟପୁର ବ୍ଲକର ହରିଡାପୁଟ ଆଣୁ ଜଳବିଭଜିକା ର ମହିଳା ସ୍ଵଂସହାୟକ ଗୋଷ୍ଠୀ  “ବୁଢ଼ାରଜା” ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ଗ୍ରାମ୍ୟ ର ବିଭିନ୍ନ ଅଞ୍ଚଳ ସଫେଇ କରିଥିଲେ। ସେହିପରି ଡଙ୍ଗରା ଗାଁରେ ଥିବା ଅମୃତ ସରୋବର ଠାରେ ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜେ . କେ. ମହାପାତ୍ର ପରିଚାଳନା କରିଥିବା ବେଳେ ଓଭରସର ଯୁଧିଷ୍ଠିର ମହାରଣା, ସୁଶ୍ରୀ ଅନିଶା ପାଇକରାୟ, ସୁନିଲ ମହାରଣା ସହଯୋଗ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି‌ରେ ସିଡିଏମଓ ଡ.ଅରୁଣ ପାଢ଼ୀ ଯୋଗଦେଇ ଏହାକୁ ଆରମ୍ଭ କରିଥିଲେ। ଏଥିରେ ଡ.ଦିଲ୍ଲୀପ ବିଶ୍ବାଳ, ଡ.ଦୁର୍ଗା ପ୍ରସାଦ ପାତ୍ର, ଡ.ଗୌତମ ତ୍ରିପାଠୀ, ହସ୍ପିଟାଲ ମ୍ୟାନଜର ରୁପସୀ ମଧୁମିତା ନାୟକ, ତଥାଗତ ଦାଶ, ଉମାଶଙ୍କର ଆଚାରୀ, ସପନ ପାଣିଗ୍ରହୀ, ଚନ୍ଦ୍ର ଚେଶଖର ପଟ୍ଟନାୟକ, ବିଜୟ ଲକ୍ଷ୍ମୀ ଆଚାରୀ, ବିଷ୍ଣୁ ପ୍ରିୟା ମିଶ୍ର, ସୀମକ୍ଷା ସାହୁ, ରାଜେନ୍ଦ୍ର ସାହୁ, ସୁବୁଧି ସାହୁ, ମିହର କରକରା ଆଦି ଭାଗ ନେଇ ସଫେଇ କରିବା ସହ ସଫା ରଖିବାକୁ ଶପଥ ନେଇଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button