ରାଜ୍ୟ

ନଦୀରେ ଭାସିଗଲେ ନବମ ଶ୍ରେଣୀର ଛାତ୍ର 1hr

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରା ବାଦ୍ ବାଲିଘାଟ ନିକଟ ବୁଢ଼ା ନଦୀରେ ଭାସିଯାଇ ନିଖୋଜ ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡ଼ଙ୍ଗୀ(୧୪)।ସାଙ୍ଗମାନଙ୍କ ସହ ଆସିଥିବା ବେଳେ ନଦୀକୁ ଶୌଚ କରିବାକୁ ଯାଇ ଭାସି ଯାଇଥିଲେ ଓମ୍ ପ୍ରକାଶ। ତାଙ୍କ ବାପା ଯାଜପୁର ଟାଉନ୍ ଲଳିତେଶ୍ୱର ନଗର ଅଞ୍ଚଳରେ ଭଡ଼ା ନେଇ ରହୁଥିବା ସୂଚନା ରହିଛି।

ସୁଚନା ଅନୁଯାୟୀ, ଆଜି ମଙ୍ଗଳପୁର ଥାନା କାଟିଆ ଗ୍ରାମର ସାନିଆ ଷଡ଼ଙ୍ଗୀ ଯାଜପୁର ଟାଉନ୍ ଥାନା ଅଞ୍ଚଳ ଲଳିତେଶ୍ୱର୍ ନଗରରେ ଭଡ଼ା ନେଇ ରହୁଛନ୍ତି। ତାଙ୍କ ପୁଅ ଓମ୍ ପ୍ରକାଶ ଷଡ଼ଙ୍ଗୀ ଆପେକ୍ସ ଇଂଲିଶ ମିଡ୍ଡିୟମ୍ ସ୍କୁଲ୍ ରେ ନବମ ଶ୍ରେଣୀରେ ପଢୁଥିଲେ। ତେବେ ଆଜି ସକାଳୁଆ ସ୍କୁଲ ଥିବା ବେଳେ ସ୍କୁଲ୍ କୁ ନଯାଇ ନଦୀ ଆଡ଼କୁ ସାଙ୍ଗ ହୋଇ ସାତ ଜଣ ସାଙ୍ଗ ବୁଲିବାକୁ ପଳେଇ ଆସିଥିଲେ। ଓମ୍ ପ୍ରକାଶ ଶୌଚ ହେବାକୁ ଯାଇ ଥିବା ବେଳେ ନଦୀର ଗଭୀର ସ୍ରୋତରେ ଭାସି ଯାଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଦ୍ଧାର କରିପାରି ନଥିଲେ। ଖବର ପାଇ ଘଟଣାସ୍ଥଳରେ ଯାଜପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଛାତ୍ର ନବମ ଶ୍ରେଣୀରେ ପଢୁଥିବା ଜଣାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button