IBN ଓଡ଼ିଶା ବ୍ୟୁରୋ

ପାଠ ପଢ଼ିବା ସହ ଘର ଚଳାଇବାକୁ ସିଙ୍ଗଡ଼ା ବିକୁଥିଲେ ସନ୍ନି, ମିଳିଲା ସଫଳତା

ନୂଆଦିଲ୍ଲୀ: କୁହାଯାଏ କଷ୍ଟ କଲେ ଯାଇ କୃଷ୍ଣଙ୍କୁ ପାଇପାରିବ। ଚେଷ୍ଟା ନକଲେ ସଫଳତା କେବେ ମିଳିପାରେନା। ଏହି କଥାଟିକୁ ଠିକ୍ ବୋଲି ପ୍ରମାଣ କରି ଦେଖାଇଛନ୍ତି ସନ୍ନି କୁମାର। ଘରର ଆର୍ଥିକ ସ୍ଥିତି ଖରାପ ଥିବା ସତ୍ତ୍ବେ ବି ସେ କଷ୍ଟ କରି ଆଜି ନିଟ୍ ଭଳି ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଛନ୍ତି। ୧୮ବର୍ଷ ବୟସ୍କା ସନ୍ନି କୁମାରଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟକ।

ସିଙ୍ଗଡା ଦୋକାନ ଚଳାଉଥିବା ୧୮ବର୍ଷିୟ ସନ୍ନି କୁମାର ନିଟ୍ ୟୁଜିରେ ୬୬୪ମାର୍କ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି | ଫିଜିକ୍ସୱାଲାର ଆଲଖ ପାଣ୍ଡେ ତାଙ୍କର ପ୍ରେରଣାଦାୟକ କାହାଣୀ ସେୟାର କରି ତାଙ୍କର ପରିଶ୍ରମ ଏବଂ ନିଷ୍ଠାକୁ ପ୍ରଶଂସା କରିଥିଲେ, ଯାହା ପରେ ତାଙ୍କ କାହାଣୀ ଲୋକଙ୍କ ପାଖରେ ପହଞ୍ଚିଛି।

ପ୍ରତିଦିନ ସନ୍ଧ୍ୟାରେ ସ୍କୁଲରୁ ଆସି ନୋଏଡାର ରାସ୍ତା କଡ଼ରେ ଚା’ ସିଙ୍ଗଡ଼ା ବିକୁଥିବା ସନ୍ନ ଏବେ ଜଣେ ସାଧାରଣ ଯୁବକ ହୋଇ ରହିନାହାନ୍ତି। ବର୍ତ୍ତମାନ ସେ ଦେଶର ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ଅନେକ ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ, ସିଙ୍ଗଡ଼ା ବିକ୍ରି କରି ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଗୋଟେ ଥିବା ନିଟ୍ ୟୁଜିରେ ପାସ୍ କରି ଇତିହାସ ସୃଷ୍ଟି କରିଛନ୍ତି । ସେ ପରୀକ୍ଷାରେ ୭୨୦ମଧ୍ୟରୁ ୬୬୪ମାର୍କ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ସେ ଆଗାମୀ ପର୍ଯ୍ୟାୟର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

ସନ୍ନିଙ୍କ କହିବା ମୁତାବକ, ବାପା ବହୁତ ପୂର୍ବରୁ ମୋ ମା’ଙ୍କୁ ଛାଡ଼ି ଦେଇଥିଲେ। ମୋ ମା’ ଓ ବଡ଼ ଭାଇ ମୋତେ ପଢ଼ିବାରେ ସାହାଯ୍ୟ କରିଥିଲେ । ସ୍କୁଲ ସାରି ମୁଁ ଦୋକାନକୁ ଆସେ। ଏଠାରେ ସିଙ୍ଗଡ଼ା ବିକ୍ରି କରିବା ସହ ଅନଲାଇନ୍ କ୍ଲାସ୍ କରେ। ଆଜି ମିଳିଥିବା ସଫଳତା ମୋତେ ମୋ ସବୁ କଷ୍ଟ ଭୁଲାଇ ଦେଇଛି। ଏହି ସଫଳତା ପରେ ମୁଁ ଓ ମୋ ପରିବାର ବହୁତ ଖୁସି ।

Related Articles

Leave a Reply

Your email address will not be published. Required fields are marked *

Back to top button