ରାଜ୍ୟ

କେଜ୍ରିୱାଲଙ୍କୁ ମିଳିଲା ୫ମ ଇଡି ସମନ – Ibnodisha

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ୫ମ ଇଡି ସମନ । ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ୪ଥର ଇଡି ସମନ ଜାରି କରିଛି । ହେଲେ ଏହାର ଜବାବରେ କେଜ୍ରିୱାଲ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । କେଜ୍ରିୱାଲ ଏଜେନ୍ସି ସାମ୍ନାରେ ହାଜର ହୋଇ ନଥିବା ବେଳେ ଏହା ରାଜନୈତିକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ ଲଗାଇଥିଲେ । ମଦ ଦୁର୍ନୀତିରେ ଆଗରୁ ତାଙ୍କର ଦୁଇ ଘନଷ୍ଠ ସହଯୋଗୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସାଂସଦ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି । ତେବେ ଦିଲ୍ଲୀ ମଦ ଦୁର୍ନୀତିରେ ତାଙ୍କର ହାତ ରହିଛି ବୋଲି ତାଙ୍କୁ ଇଡି ସମନ ଜାରି କରାଯାଇଛି । ଗତକାଲି କେଜରିୱାଲଙ୍କୁ ପୁଣି ଥରେ ଇଡି ସମନ କରିଥିବା ବେଳେ ଆସନ୍ତାକାଲି ତାଙ୍କୁ ହାଜର ହେବାକୁ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button