ରାଜ୍ୟ

୬ମାସ ଧରି ମିଳିନାହିଁ ଭତ୍ତା, ପଞ୍ଚାୟତ ଘେରାଉ କଲେ ହିତାଧିକାରୀ – Ibnodisha

[ad_1]

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅର୍ନ୍ତଗତ ଅନ୍ତା ପଂଚାୟତରେ ଗତ ୬ମାସ ଧରି ହିତାଧିକାରୀ ମାନେ ପାଉଥିବା ଭତ୍ତା ପାଇ ନଥିବା ଅଭିଯୋଗ କରି ୟୁଥ୍ ଅର୍ଗନାଇଜେସନ୍ କୋରାପୁଟ ଡିଷ୍ଟ୍ରିକ୍ଟ ପକ୍ଷରୁ ବିଡିଓଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାକୁ ପିଇଓ ରମଣୀ ତ୍ରିପାଠୀ ଗ୍ରହଣ କରିଥିଲେ। ସଂଗଠନର ରବିନ୍ଦ୍ର ମହାପାତ୍ର ହିତାଧିକାରୀ ମଇନା କଟିଆ,କମଳା ପୁଜାରୀ, କନକଦେଇ ପାତ୍ର, ଲଛମା ନାୟକ, ମୁକ୍ତା ପୁଜାରୀ, ସନଦେଇ କଟିଆ, ନିତୁଳା ପୁଜାରୀ, ଭାଗ୍ୟବତୀ ନାୟକ, ମଣିମା ନାୟକ, ରାଇମତି ନାୟକ,ହସାଇ ଭୁମିଆ, ନୟନ ପୁଜାରୀ, ଶଶି କଟିଆ ପ୍ରମୁଖଙ୍କୁ ନେଇ  ଅନ୍ତା ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏହି ହିତାଧିକାରୀ ମାନେ ଗତ ୬ମାସ ହେବ ଭତ୍ତା ପାଇ ନଥିବା ଅଭିଯୋଗ କରିଥିଲେ। ସେଭଳି ବହୁ ଯୋଗ୍ୟ ହିତାଧିକାରୀ ବାରମ୍ବାର ଆବେଦନ ପତ୍ର ଦାଖଲ କରିବା ସତ୍ବେ ସେମାନେ ଭତ୍ତା ପାଉନଥିବା ଅଭିଯୋଗ କରିଥିଲେ। ସେଭଳି ବହୁ ହିତାଧିକାରୀ ରାସନକାର୍ଡ ପାଇ ନଥିବା ଅଭିଯୋଗ ଏମାନେ କରିଥିଲେ। ଏସବୁ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ତା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button