ରାଜ୍ୟ

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୨୯ ୟୁନିଟ ରକ୍ତ ସଂଗ୍ରହ – Ibnodisha

[ad_1]

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ କାଇପଦର ଠାରେ ଥିବା ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ସମ୍ବାଦ -ଆମ ଓଡ଼ିଶା ଆନୁକୂଲ‌୍ୟରେ ଆଜି ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ଆଜି ପୂର୍ବାହ୍‌ଣରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣକାନ୍ତି ରାୟ ଅତିଥି ଭାବେ ଯୋଗ ଦେଇ ଶିବିରର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, କାର୍ଯ୍ୟକ୍ରମ ଅଧିକାରୀ ମାନସ ଜୟସିଂହ, ସୁଧାଂଶୁ ଶେଖର ରଣସିଂହ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ପ୍ରତାପ ଛୋଟରାୟ, ଜନ୍ମେଜୟ ଚୌଧୁରୀ, ଭୁବନେଶ୍ବର ନାୟକ, ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଞ୍ଜସାମନ୍ତ, ଡ ସଂଯୁକ୍ତା ପଟ୍ଟନାୟକ, ସ୍ବୟଂପ୍ରଜ୍ଞା ମାନ୍ଧାତା, ଅନୀତା ଦାସ, ସବିତା ବେହେରା, ସୁମନ୍ତ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ। କେନ୍ଦ୍ରାପଡ଼ା ରକ୍ତକେନ୍ଦ୍ରର ବୈଷୟିକ କର୍ମଚାରୀ ରାକେଶ କୁମାର ମିଶ୍ର, ରଜନୀକାନ୍ତ ସେନାପତି, ସ୍ବାତୀ ସୁମିତ୍ରା ନସ, ସୌମ୍ୟରଞ୍ଜନ ସେଠୀ, ଅବ୍‌ଦୁଲ ଆସିମ ରକ୍ତ ନମୁନା ପରୀକ୍ଷଣ ଓ ରକ୍ତ ସଂଗ୍ରହ କରିଥିଲେ।

ଏହି ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ରକ୍ତଦାନ କରିଥିଲେ। ରକ୍ତଦାନ କରିଥିବା ସ୍ବେଚ୍ଛାସେବୀମାନେ ହେଲେ- ସୁମିତା ରାଉତରାୟ, ପ୍ରଜ୍ଞା ଭାରିମଲ୍ଲ, ଆଲୋକ ପାତ୍ର, ଶୁଭଲକ୍ଷ୍ମୀ ବଡ଼ଜେନା, ରଞ୍ଜନ ପାଇକରାୟ, ଦୀପକ ସ୍ବାଇଁ, ସସ୍ମିତା ପରିଡ଼ା, ଅଭିଷେକ ଶ୍ରୀଚନ୍ଦନ, ଅଜୟ ଗୁମାନସିଂହ, ଅଙ୍କିତା ପ୍ରିୟଦର୍ଶିନୀ, କିଷନ ନାୟକ, ଅନୁରାଗ ରଣା, ପ୍ରଦୀପ୍ତା ସାମନ୍ତରାୟ, ଡ ଜନ୍ମେଜୟ ଚୌଧୁରୀ, ଆକାଶ ମାର୍ଥା, ସତ୍ୟବାନ ସ୍ବାଇଁ, ବିକାଶ ରଞ୍ଜନ ମହାପାତ୍ର, ଅଭିଜିତ ରଣସିଂହ, ସୋନାଲି ଭାରିମଲ୍ଲ, ଅଭିଲିପ୍‌ସା ଦଳେଇ, ସାବନା ଅଂଜୁମ୍‌, ପ୍ରଣତୀ ବୈରିଗଞ୍ଜନ, ଶୁଭମ ପାଇକରାୟ, ଦିବ୍ୟଜ୍ୟୋତି ସୁନ୍ଦରାୟ, ଲକ୍ଷ୍ମିଧର ଦାସ, ସୁବ୍ରତ ଜେନା, ସନ୍ଦୀପ ଗଜେନ୍ଦ୍ର, ଅଶୋକ ମହାରଣା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button