ରାଜ୍ୟ
ଗାଁ ପୋଖରୀ ପାଣିରୁ ଇ-କୋଲାଇ ଜୀବାଣୁ ଠାବ, ରାଜନଗରରେ ହଇଜା ବ୍ୟାପିବା ଘଟଣା
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ହଇଜା ବ୍ୟାପିବା ଘଟଣାରେ ଇ-କୋଲାଇ ଜୀବାଣୁ ଠାବ । ପାଣି ନମୁନାରୁ ସଂକ୍ରମଣକାରୀ ଇ-କୋଲାଇ ଜୀବାଣୁ ଠାବ ହୋଇଛି । ଚାରିପୋଖରୀଆ ଗାଁ ପୋଖରୀ ପାଣିରୁ ଇ-କୋଲାଇ ଜୀବାଣୁ ଠାବ । ଜୀବାଣୁ ଠାବ ପରେ ପୋଖରୀକୁ ସିଲ୍ କରିଛି ସ୍ବାସ୍ଥ୍ୟ ବିଭାଗ । ଚାରିପୋଖରିଆ ଓ ଓକିଲପାଳ ଗାଁ ରେ ଦୁଇଟି ଅସ୍ଥାୟୀ ସ୍ଵାସ୍ଥ୍ୟ କ୍ୟାମ୍ପ ଖୋଲାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ।
ହଇଜାରେ ଗୋଟିଏ ମାସ ମଧ୍ୟରେ ଏଯାଏଁ ୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । ଶତାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ବାହାର ଜିଲ୍ଲାରୁ ଆସୁଥିବା ଶ୍ରମିକଙ୍କଠାରୁ ଜୀବାଣୁ ବ୍ୟାପିଥିବା ଆଶଙ୍କା ପ୍ରକାଶ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ