ରାଜ୍ୟ

ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଙ୍କଟ, ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ଏହାରି ଭିତରେ ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବା ନେଇ ସୂଚନା ରହିଛି। ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ ରେଲୱେ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ପାତ୍ର କହିଛନ୍ତି। ପୂବର୍ବରୁ ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢ଼ୁଥିଲା। କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା ଟପିଯାଇଥିଲା। କିଛି କିଛି ସ୍ଥାନରେ ମାର୍କେଟରେ ଆଳୁ ମିଳୁନଥିଲା। ବାହାର ରାଜ୍ୟରୁ ଆଳୁ ଆମଦାନୀ ହେଉପାରୁ ନଥିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି।

ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦେଇଛନ୍ତି । ଏମିତି ହେଲାଣି ଯେ ଖୋଲା ବଜାରରୁ ଆଳୁ ମଧ୍ୟ ଗାଏବ ହୋଇଗଲାଣି । ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଆଳୁ ଟ୍ରକଗୁଡ଼ିକ ସବୁ ଅଧା ବାଟରେ ଅଟକି ରହିଥିଲା। ପଶ୍ଚିମବଙ୍ଗରୁ ଆଳୁ ନପହଞ୍ଚିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button