ରାଜ୍ୟ

ଧାନମଳା ମେସିନରେ ଶ୍ରମିକ ମୃତ – Ibnodisha

[ad_1]

ଜଗନ୍ନାଥ ପ୍ରସାଦ( ଅମରେନ୍ଦ୍ର କୁମାର ପଟ୍ଟନାୟକ)  :୨୦/୧୨ : ଜଗନ୍ନାଥ ପ୍ରସାଦ ଥାନା ଜିରାବାଡ଼ି ଗୋଲାସାହି ନିକଟରେ ଧାନମଳା ମେସିନ ଭିତରେ ପଶି ଜାଣେ ଯୁବକଙ୍କ ମୃତ ଘଟିଛି l ମୃତକ ଜଣକ ହେଲେ ଟୁଲୁ ପାତ୍ର ବୟସ (୩୫) l ସୂଚନା ପ୍ରକାରେ ଜିରାବାଡ଼ି ଗ୍ରାମର ଶୁକଦେବ ପାତ୍ର(୬୦)ଙ୍କ ବଡ଼ ପୁଅ ଟୁଲୁ l ମୃତ ଟୁଲୁ ଙ୍କ ର ୧୨ବର୍ଷର ପୁଅ ରାଜା ଓ ୩ମାସର ଝିଅ ରହିଥିବା ଭାଇ ଗୌରା ପାତ୍ର ସୂଚନା ଦେଇଛନ୍ତି l ଟ୍ରାକ୍ଟର ମାଲିକ ହୃଦୟ ରଞ୍ଜନ ନାୟକଙ୍କ ପାଖରେ ରହି ଦୀର୍ଘ ଦିନ ହେବ ଶ୍ରମିକ ଭାବେ କାମ କରୁଥିଲେ l ଆଜି ଜିରାବାଡ଼ିରେ ଟ୍ରାକ୍ଟର ମାଲିକଙ୍କ ଧାନକୁ ମେସିନ ଯୋଗେ ମଳିବା ପାଇଁ ନିଜ ଜାଗାରେ ଥିବା ଧାନଗଦା ପାଖକୁ ଆସିଥିଲେ l ଧାନମଳା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଅସାବଧାନତାରେ ଟୁଲୁର ଗୋଡ଼ ଖସିଯାଇ ମେସିନ ଭିତରେ ପଶି ଯାଇଥିଲେ l ଯାହା ଫଳରେ ଟୁଲୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଘଟଣା ସ୍ଥଳରୁ ଚାଳକ ଫେରାର ଅଛି I ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଁଚି ଧାନମଳା ମେସିନରୁ ଖଣ୍ଡବିଖଣ୍ଡିତ ସରିରକୁ ଉଧାର କରିଛି l ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଟ୍ରାକ୍ଟର ଗାଡି ନମ୍ବର OD୩୨G୨୫୧୮ଓ ଧାନମଳା ମେସିନକୁ ପୋଲିସ ଜବତ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button