ରାଜ୍ୟ

ଦୁଇଟି ପୃଥକ ଘଟଣାରେ ଚାଲିଗଲା ୨ ହାତୀଙ୍କ ଜୀବନ

ରେଢ଼ାଖୋଲ/ବଣାଇ: ସଙ୍କଟରେ ଅଛନ୍ତି ଓଡ଼ିଶା ହାତୀ। କେଉଁଠି ବିଦ୍ୟୁତ ତାର ଲାଗି ତ କେଉଁଠି ରେଳ ଧରଣାରେ କଟି ହାତୀମାନଙ୍କର ମୃତ୍ୟୁ ଘଟୁଛି। ରେଢାଖୋଲ ଡ଼ିଭିଜନ ନାକଟିଦେଉଳ ରେଞ୍ଜ ଚରଡପଶି ଗାଁ ନିକଟ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ମୃତ ହାତୀର ବୟସ ୧୦ ବର୍ଷ ବୋଲି ଅନୁମାନ କରାଯାଉଛି।

୧୧ କେଭି ବିଦ୍ୟୁତତାର ସଂସ୍ପରେ ଆସି ହାତୀଟିର ମୃତ୍ୟୁ ହୋଇଛି।

ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ହୋଇଥିବା ନେଇ ବନବିଭାଗକୁ ସୂଚନା ଦେଇଥିଲେ ଗ୍ରାମବାସୀ। ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ରେଢ଼ାଖୋଲ ଡିଏଫଓ, ଏସିଏଫ, ରେଞ୍ଚର ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଛି। ସ୍ଥାନୀୟ ଲୋକେ ଏ ନେଇ ବନ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଢ଼ାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି।

ସୂଚନା ଥାଉକି ଗତ ଦୁଇ ମାସରେ ସଦର ବନଖଣ୍ଡରେ ଦୁଇଟି ହାତୀର ମୃତ୍ୟୁ ଘଟିଲାଣି। ଉଭୟ ଘଟଣାରେ ବିଦ୍ୟୁତ ହିଁ ପ୍ରମୁଖ କାରଣ ବୋଲି ଜଣାପଡିଛି। ସେହିପରି ଅନ୍ୟ ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣାରେ ଟ୍ରେନ ଧକ୍କାରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ମୃତ ଛୁଆକୁ ତା ମାଆ ସମେତ ୬ ଟିକିଆ ହାତୀ ପଲ ଘେରି ରହିଛନ୍ତି। ତେଣୁ ରେଳ ଓ ବନ ବିଭାଗର କର୍ମଚାରୀ ଏବଂ ଅଧିକାରୀ ମୃତ ହାତୀ ଛୁଆ ପାଖରେ ପହଞ୍ଚି ପାରିନାହାଁନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button