ଦେଶ

ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ: ମୋଦି – Ibnodisha

[ad_1]

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ ଏହି ବଜେଟ ଦେଶର ଭବିଷ୍ୟତ ନିର୍ମାଣର ବଜେଟ । ଯୁବକ, ମହିଳା ଓ କୃଷକ ସମସ୍ତଙ୍କୁ ଏହି ବଜେଟ ସଶକ୍ତ କରିବ । ଏହି ବଜେଟ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟକୁ ଅଧିକ ମଜଭୁତ କରିବ । ଯୁବ ଭାରତର ଆଶ ଆକାଂକ୍ଷାର ପ୍ରତିବିମ୍ବ ହେଉଛି ଏ ବଜେଟ । ଭିତ୍ତିଭୂମି ବିକାଶ ପାଇଁ ୧୧ଲକ୍ଷ ୧୧ ହଜାର  ୧୧୧କୋଟିର ବ୍ୟବସ୍ଥା ହୋଇଛି । ଆଧୁନିକ ଭିତ୍ତିଭୂମି ଯୁବକଙ୍କ ପାଇଁ ରୋଜଗାରର ସମ୍ଭାବନା ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button