ରାଜ୍ୟ
ଭିଜିଲାନ୍ସ ଜାଲରେ ଅମିନ – Ibnodisha

[ad_1]
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ । ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ, କାବୁ କଲା ଭିଜିଲାନ୍ସ । ଖବର ଅନୁଯାୟୀ, ଜମି ପଟ୍ଟା କରାଇଦେବାକୁ ସଦାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଉକ୍ତ ବ୍ୟକ୍ତି ଜଣକ । ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବାବେଳେ ଚଢାଉ କରି ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏନେଇ ସମ୍ବଲପୁର ଭିଜିଲାନ୍ସ କେସ ନଂ ୫/୨୦୨୪ ରେ ମାମଲା ରୁଜୁ ହୋଇଥିବା ବେଳେ, ଆଗଲପୁର ତହସିଲ ଅମିନ ସଦାନନ୍ଦ ସାହୁଙ୍କ ଦୁଇଟି ଠିକଣାରେ ଚଢାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ଅନେକ ତଥ୍ୟ ମିଳିବା ନେଇ ଆଶା ରଖିଛି ଭିଜିଲାନ୍ସ ।
[ad_2]