ରାଜନୀତି

୮ ମାସରେ ସୁନ୍ଦରଗଡ଼ ଜିଲ୍ଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ: କାର୍ତ୍ତିକ ପାଣ୍ଡିଆନ – Ibnodisha

[ad_1]

-ପ୍ରତି ଦରଖାସ୍ତର ଜିଲ୍ଲା ପ୍ରଶାସନ ଦେବେ ପ୍ରତି ଉତ୍ତର
-ସୁନ୍ଦରଗଡ଼ ସମଲେଇ ମନ୍ଦିର ରୂପାନ୍ତରଣ ସମୀକ୍ଷା
-ବେଦବ୍ୟାସ ମନ୍ଦିର, ଘୋଘର ଶିବ ମନ୍ଦିର ଓ ବେଲସରା ଶିବ ମନ୍ଦିର ରୂପାନ୍ତରଣ ସମୀକ୍ଷା
– ରାଜଗାଙ୍ଗପୁର ନିର୍ବାଚନମଣ୍ଡଳି ପାଇଁ ୧୦୦ କୋଟି
-ରାଜଗାଙ୍ଗପୁର ରେଲୱେ ଓଭରବ୍ରିଜ୍ ପାଇଁ ୪୮ କୋଟି
-ବୀରମିତ୍ରପୁର ନିର୍ବାଚନମଣ୍ଡଳି ପାଇଁ ଦୁଇଟି ସରକାରୀ ଡିଗ୍ରୀ କଲେଜ
-ବଣେଇ ନିର୍ବାଚନମଣ୍ଡଳି ପାଇଁ ଗୋଟିଏ ସରକାରୀ ଡିଗ୍ରୀ କଲେଜ
– ବଣେଇ ଉପଖଣ୍ଡ ଚିକିତ୍ସାଳୟରେଡା ଏଲେସି ସସେଣ୍ଟର ଲାଗି ୧ କୋଟି ୮୧ ଲକ୍ଷ
-ରାଜଗାଙ୍ଗପୁରରେ ସ୍ୱତନ୍ତ୍ର ଭାବେସଂଖ୍ୟାଲଘୁସମ୍ପ୍ରଦାୟ ପ୍ରତିନିଧିଙ୍କସହ ଆଲୋଚନା

ଭୁବନେଶ୍ୱର: ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଏଥି ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଗତ ୮ମାସ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ସୂଚନା ଦେଇଛନ୍ତି। ଏଥ ପୂର୍ବରୁ ଗତ ମାର୍ଚ୍ଚ ୧୨ତାରିଖରେ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତକରି ଲୋକଙ୍କ ଆପତ୍ତି, ଅଭିଯୋଗ, ଦାବି ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ। ଏହି ସବୁ ଦରଖାସ୍ତ ଆଧାରରେ ମୁଖ୍ୟମନ୍ତ୍ରୀ ବିଭିନ୍ନC ପ୍ରକଳ୍ପ ପାଇଁ ଏହି ଅର୍ଥ ମଂଜୁର କରିଛନ୍ତି। ଚଳିତ ଥର ଗସ୍ତ ସମୟରେ ମଧ୍ୟ ଲୋକଙ୍କଠୁ ଦରଖାସ୍ତ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଲୋକମାନେ ଦେଉଥିବା ଦରଖାସ୍ତ ସମ୍ପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନ ଠାରୁ ଲୋକେ ପ୍ରତି ଉତ୍ତର ପାଇବେ। ଦରଖାସ୍ତରେ ଥିବା ସମସ୍ୟାର କେବେ ସମାଧାନ ହେବ। ଯଦି ସମାଧାନ ହୋଇପାରିବ ନାହିଁ ତାହେଲେ କାହିଁକି ସମାଧାନ ହୋଇପାରିବ ନାହିଁ, ସେ ସମ୍ପର୍କରେ ମଧ୍ୟ ସୂଚନା ପ୍ରତି ଉତ୍ତରରେ ରହିବ ବୋଲି  5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ ଜିଲ୍ଲାରେ କହିଛନ୍ତି।

ଦୁଇ ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପାଣ୍ଡିଆନ ଜିଲ୍ଲାରେ ଥିବା ୪ଟି ନିର୍ବାଚନ ମଣ୍ଡଳି ସୁନ୍ଦରଗଡ, ରାଜଗାଙ୍ଗପୁର, ବୀରମିତ୍ରପୁରର ନୂଆଗାଁ ଏବଂ ବଣେଇ ନିର୍ବାଚନ ମଣ୍ଡଳିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ସଭାରେ ଲୋକଙ୍କଠାରୁ ସ୍ଥାନୀୟ ସମସ୍ୟା ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ। ଦରଖାସ୍ତ ଗ୍ରହଣ ବେଳେ ପାଣ୍ଡିଆନ କହିଥିଲେ ଯେ, ଗତ ମାର୍ଚ୍ଚ ୧୨ତାରିଖରେ ଆସି ଥିବାବେଳେ ସେ ଯେଉଁ ସବୁ ଦରଖାସ୍ତ ସଂଗ୍ରହ କରିନେଇଥିଲେ ତାଭିତରୁ ୯୦ପ୍ରତିଶତ ଦରଖାସ୍ତର ଦାବିପୂରଣ ହୋଇଛି ବା ସମସ୍ୟାର ସମାଧାନ ହୋଇଛି।

ଏହି ୯୦ପ୍ରତିଶତ ଦାବି ପୂରଣ ଓ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥ ଓଡିଶା ବାସୀଙ୍କ। ଏହାକୁ ସ୍ୱଚ୍ଛତାର ସହ ବିନିଯୋଗ କରିବାର ଆବଶ୍ୟକତା ରହିଛି। ଭଲ କାମ କଲେ ପରବର୍ତ୍ତି ପର୍ଯ୍ୟାୟ ଅନୁଦାନ ମିଳିବାରେ ଅସୁବିଧା ରହିବ ନାହିଁ। ସାମୁହିକ କାମକୁ ନିଜ ଘର କାମ ଭାବି ସ୍ୱଚ୍ଛତାର  ସହ କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନବୀନ ଓଡିଶା ସାକାର ହେବ ଓ ଏକ ସଶକ୍ତ ଓଡିଶା ଗଠନ ହେବ ବୋଲି କାର୍ତ୍ତିକପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲାର ୩ଟି ଯାକ ସାଧାରଣ ସଭାରେ କହିଛନ୍ତି।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଓ ଚାଷୀଙ୍କ ସମସ୍ୟା ଓ ରୂପାନ୍ତରଣ ନେଇଥିବା ସମସ୍ୟାର ସମାଧାନ ୧୦ଦିନ ଭିତରେ ହେବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତ ଦେଇଥିଲେ। ଏ ସରକାର ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ କିବିଜେଡିର ସରକାର ନୁହେଁ, ବରଂ ଏହା ଲୋକଙ୍କ ସରକାର। ତେଣୁ ଏଠି ଲୋକ ଯାହା ଚାହିଁବେ ତାହା ହିଁ ହେବ ବୋଲି ପାଣ୍ଡାଆନ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସଂପ୍ରତି ଆରମ୍ଭ କରିଥିବା ବିଜୁସ୍ୱାସ୍ଥ୍ୟକଲ୍ୟାଣ –ନବୀନ କାର୍ଡର ପଞ୍ଜିକରଣ ୬ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ହେଉଥିବା ସୂଚନା ଦେବା ସହ ସବୁ ଗ୍ରାମାଞ୍ଚଳ ବାସୀ ଏହାର ଲାଭ ଉଠାଇବା ଲାଗି ଆହ୍ୱାନ ଦେଇଥିଲେ। ସେହିଭଳି ଜିଲ୍ଲାରେ ଫେବ୍ରୁଆରୀ ମାସରେ ଲକ୍ଷ୍ମୀ ବସ ଗଡିବ। ପ୍ରତି ପଞ୍ଚାୟତରୁ ବ୍ଲକକୁ ଦୈନିକ ୩ଥର ଏହି ବସ ଯାଆସ କରିବ। ମହିଳା ଏବଂ ଛାତ୍ରଛାତ୍ରୀମାନେ ରିହାତି ଦରରେ ଅର୍ଥାତ ମାତ୍ର ୫ଟଙ୍କାରେ ଯାଆସ କରିପାରିବେ ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ।

ବିଭିନ୍ନ ସଭାରେ ପାଣ୍ଡିଆନଙ୍କ ତୃତୀୟ ଗୁରୁତ୍ୱପୂର୍ଣ୍ଣ  ସୂଚନାଟି ଥିଲା ପ୍ରତିପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ ସେକହିଥିଲେଯେ, ପଞ୍ଚାୟତସ୍ତରରେ ବ୍ୟାଙ୍କ ସୁବିଧା ନଥିବାରୁ ମିଶନ ଶକ୍ତି ମା ଓ ଅନ୍ୟାନ୍ୟ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି। ତାକୁ ଦୂର କରିବା ପାଇଁ ରାଜ୍ୟ ସରକାର ୨ମାସ ମଧ୍ୟରେ ପ୍ରତି ପ ପ୍ରତିପଞ୍ଚାୟତରେ  ବ୍ୟାଙ୍କ ଖୋଲିବେ। ସୁନ୍ଦରଗଡରୁ ବହୁ ଦକ୍ଷ ତଥା ପ୍ରତିଭାବାନ ହକି ଖେଳାଳି ବାହାରି ଜାତୀୟ ସ୍ତରରେ ନାଁ କରିଛନ୍ତି। ସୁନ୍ଦରଗଡ ବାସୀ ହକିକୁ ଭଲ ପାଉଥିବାରୁ ଏ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧିକ ଦୁର୍ବଳତା ରହିଛି। ହକି ବିଶ୍ୱକପ ଆୟୋଜନ ପାଇଁ ଆସିଥିବା ପ୍ରସ୍ତାବ ବେଳେ ମୁଖ୍ୟମନ୍ତ୍ରୀ ଏହାକୁ କେବଳ ଭୁବନେଶ୍ୱରରେ ଆୟୋଜନ ନ କରି ହକିର ରାଜଧାନୀ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଆୟୋଜନ କରିବା ପାଇଁ ଅଣ୍ଟା ଭିଡିଥିଲେ। କୌଣସି ଭିତ୍ତିଭୂମି ନଥିଲେ ମଧ୍ୟ ମାତ୍ର ୩ବର୍ଷ ମଧ୍ୟରେ ବିଶ୍ୱର ସବୁଠୁ ବଡ ହକିଷ୍ଟାଡିଅମରୁ ଆରମ୍ଭ କରି ବିମାନ ବନ୍ଦର, ଖେଳାଳିଙ୍କ ରହିବା ଲାଗି ହକି ଗ୍ରାମ ପ୍ରତିଷ୍ଠା କରିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ସୁନ୍ଦରଗଡର ସମଲେଇ ମନ୍ଦିରରେ ପହଂଚି ମା ସମଲେଇଙ୍କ ଦର୍ଶନ ଓ ଆଳତି କରିଥିଲେ କାର୍ତ୍ତିକ ପାଣ୍ଡିଆନ। ଏହାପରେ ମା ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମର ଅଗ୍ରଗତି ନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଥିଲେ। ଆସନ୍ତା ୧୦ଦିନଭିତରେ ଜିଲ୍ଲାବାସୀଙ୍କୁ ରାଜ୍ୟ ସରକାର ଖୁସି ଖବର ଦେବେ। ସେମାନଙ୍କର ଯାହା ଦାବି ଅଛି ତାହା ପୂରଣ ହେବ ବୋଲି କହିଛନ୍ତି।ସମଲେଇ ମନ୍ଦିର ସମେତ ରାଉରକେଲା ବେଦବ୍ୟାସ ମନ୍ଦିର, ଗୋଘର ଶିବ ମନ୍ଦିର, ଓ ବେଲ ସରା ଶିବ ମନ୍ଦିର ରୂପାନ୍ତରଣ ସମୀକ୍ଷା ମଧ୍ୟ କରିଥିଲେ ପାଣ୍ଡିଆନ।

ରାଜଗାଙ୍ଗପୁରଠାରେ ଆୟୋଜିତ ଆଜିର ଦ୍ୱିତୀୟ କାର୍ଯ୍ୟକ୍ରମରେ ରେଲୱେ ଓଭରବ୍ରିଜ ରୁ ମନ୍ଦିର ରୂପାନ୍ତରଣ ପର୍ଯ୍ୟନ୍ତ ବିଭିନ୍ନ ବିକାଶମୂଳକ କାମର ହିସାବ ଦେଇଛନ୍ତି  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ମାର୍ଚ୍ଚ ୧୨ତାରିଖରେ ସେ ରାଜଗାଙ୍ଗପୁର ଆସିଥିଲେ। ସେତେବେଳେ ନେଇଥିବା ପ୍ରାୟ ୪୦ଟି ଦରଖାସ୍ତରୁ ୩୫ଟିର ସମାଧାନ ହୋଇ ସାରିଛି। ୯୦ପ୍ରତିଶତ ଦରଖାସ୍ତ ପାଇଁ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଗାଙ୍ଗପୁରରେ ରେଲୱେ ଓଭରବ୍ରିଜ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ୧୫ବର୍ଷ ହେଲା କାମପଡି ରହିଥିଲା। ଲୋକେ ଦାବି କରିବା ପରେ ଏଥିପାଇଁ ୪୮କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିବା ସହ କାମ ଚାଲିଛି।

ବେଦବ୍ୟାସ ମନ୍ଦିରର ସଂପୂର୍ଣ୍ଣ ରୂପାନ୍ତରଣ ପାଇଁ ୧୪ କୋଟି ୫୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ସେହିପରି ସାବିତ୍ରୀ ଦେବୀ ମହିଳା ମହାବିଦ୍ୟାଳୟ, ଡାଲମିୟା କଲେଜ ଓ ବେଦବ୍ୟାସ ମହାବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟିଏ ୨୫ ଲକ୍ଷ ଲେଖାଏଁ ମଂଜୁର କରାଯାଇଛି। ରାଜଗାଙ୍ଗପୁରର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁଡ଼ିକୁ 5Tରେ ସାମିଲ କରି ରୂପାନ୍ତରଣ ପାଇଁ ଟଙ୍କା ମଂଜୁର ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ସବୁ କାମ ସରିବ। କେବଳ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଂଜୁର କରିଛନ୍ତି। ରାଜଗାଙ୍ଗପୁର ଠାରେ ସାଧାରଣ ସଭାରେ ଯୋଗ ଦେବାପରେ ବିଭିନ୍ନ ସଂଖ୍ୟଲଘୁ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟିଥିଲେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ । ହମୀରପୁର ଚର୍ଚ୍ଚର ବିଷପ୍ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧିମାନେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏ ଅବସରରେ ଧନ୍ୟବାଦ ଦେଇଥିଲେ।

ରାଜଗାଙ୍ଗପୁର ପରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳିର ନୂଆଗାଁ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। ଏଠାରେ ସେ କହିଥିଲେ ଯେ, ବୀରମିତ୍ରପୁର ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେଇଛନ୍ତି। ନୂଆ ଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି। ଚଳିତ ଶିକ୍ଷା ବର୍ଷଠାରୁ ଏହି କଲେଜରେ ପିଲାମାନେ ଭର୍ତ୍ତି ହେବେ। ଗତ ମାର୍ଚ୍ଚ ୧୨ତାରିଖରେ ସେ ବୀରମିତ୍ରପୁର ଆସିଥିଲେ। ସେ ସମୟରେ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି ହୋଇଥିଲା। ଗୋଟିଏ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇଟି ସରକାରୀ କଲେଜ ଖୋଲାଯିବା ନ ଜୀର ଅନ୍ୟ କେଉଁଠି ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ବୀରମିତ୍ରପୁର ପାଇଁ ଏହା କରିଛନ୍ତି। ଏହି ସଭାରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ ମାଗିଥିଲେ  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସୁନ୍ଦରଗଡ଼ ଜିଲ୍ଲାର ବଣାଇ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଣେଇ ଠାରେ ଗସ୍ତ ଦ୍ୱିତୀୟ  ଦିନର ଶେଷ ସଭାକୁ ସମ୍ବୋଧିତ କରିଥିଲେ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଣାଇ ଅଂଚଳର ବାବୁ ନୂଆଗାଁରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ବାବୁ ନୂଆଗାଁରେ ହଜାର ହଜାର ସଂଖ୍ୟାରେ ଜନତାଙ୍କ ସମାଗମ ହୋଇଥିଲା। ଆଦିବାସୀ ସମ୍ପ୍ରଦାୟ ବହୁଳ ଏହି ଅଂଚଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରିଥିଲେ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗୁରୁଣ୍ଡିଆ ବ୍ଲକରେ ଗୋଟିଏ ନୂଆ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଘୋଷଣା କରିଥିଲେ। ଅନେକ ଦିନ ଧରି ଏଠାକାର ଛାତ୍ରଛାତ୍ରୀ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି କରି ଆସୁଥିଲେ। ଛାତ୍ରଛାତ୍ରୀଙ୍କ ଦାବି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ବୋଲି କହିଥିଲେ ଫାଇଭଟି ଅଧ୍ୟକ୍ଷ। ଏ ବର୍ଷରୁ ଏଇ କଲେଜରେ ପାଠ ପଢା ଆରମ୍ଭ ହେବ।

ସେହିପରି ବାଣେଶ୍ୱର ମନ୍ଦିର ପାଇଁ ୧ କୋଟି ୨୦ଲକ୍ଷ ଅନୁଦାନ ମଂଜୁର ହୋଇଥିବା ସୂଚନା ଦେଇଥିଲେ। ବଣାଇ ଗଡ଼କଲେଜର ଉନ୍ନତି ପାଇଁ ୧କୋଟି ଅନୁଦାନ। ଗୁରୁଣ୍ଡିଆ ପଞ୍ଚାୟତ ହାୟରସେକଣ୍ଡାରୀ ସ୍କୁଲ ପାଇଁ ୨୫ଲକ୍ଷ ଅନୁଦାନ ଅନୁମୋଦନ ହୋଇଥିବା କହିଥିଲେ। ବଣାଇରେ ଥିବା ସରକାରୀ ହସ୍ପିଟାଲରେ ଖୋଲିବ ତନ୍ତ୍ର ଡାୟାଲିସିସ ୟୁନିଟ୍। ଏଥିଲାଗି ସରକାର ୧ କୋଟି ୮୧ ଲକ୍ଷ ମଂଜୁର କରିଛନ୍ତି। ସୁନ୍ଦରଗଡ଼ର ସବୁ ସ୍କୁଲ ଓ କଲେଜକୁ ମୁଖ୍ୟମନ୍ତ୍ରୀ ଫାଇଭଟିରେ ସାମିଲ କରିଛନ୍ତି। ଛାତ୍ରଛାତ୍ରୀ ସ୍ମାର୍ଟକ୍ଲାସ, ଇ-ଲାବୋରେଟରି ଓ ସାଇନ୍ସ କ୍ଲାସର ସୁବିଧା ପାଇବେ। ଏହା ସହ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇବାକୁ ଆହ୍ୱାନ କରିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତକାଲି ଗସ୍ତର ପ୍ରଥମଦିନରେ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲାର କିରେଇ ଓ ବାଲିଶଙ୍କରାଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button