ଦେଶ

କଂଗ୍ରେସର ଅଭିଯୋଗ: ସମ୍ବିଧାନରେ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ନାହିଁ – Ibnodisha

[ad_1]

କେନ୍ଦ୍ର କହିଲା-ଏହା ଅସଲି ସମ୍ବିଧାନ

ନୂଆଦିଲ୍ଲୀ: ମଙ୍ଗଳବାର ସାଂସଦମାନଙ୍କୁ ଦିଆଯାଇଥିବା ସମ୍ବିଧାନ କପିରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦକୁ ହଟାଇ ଦିଆଯାଇଛି ବୋଲି ଦାବି କରିଛି କଂଗ୍ରେସ। କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକଟ କରି କଂଗ୍ରେସ ନେତା ଅଧୀର ରଞ୍ଜନ କଡ଼ା ସମାଲୋଚନା କରିଥିବା ବେଳେ ଏହା ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଆଜି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି ଅସଲି ଓ ମୂଳ ସମ୍ବିଧାନ ଏବଂ ଏଥିରେ କିଛି ପରିବର୍ତ୍ତନ କରାଯାଇ ନାହିଁ। ଗଣମାଧ୍ୟମକୁ ମେଘୱାଲ କହିଛନ୍ତି, ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା, ସେତେବେଳେ ଏହା ଏମିତି ଥିଲା। ପରେ ଏଥିରେ ସଂଶୋଧନ କରାଯାଇଥିଲା। ଏହା ହେଉଛି ମୂଳ କପି। ଆମ ମୁଖପାତ୍ର ଏହାର ଜବାବ ଦେଇଛନ୍ତି।

ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଯେତେବେଳେ ମୁଁ ଏହାକୁ ପଢିଲି, ସେତେବେଳେ ମୁଁ ଏହି ଦୁଇଟି ଶବ୍ଦ ପାଇନଥିଲି। ୧୯୭୬ ମସିହାରେ ସଂଶୋଧନ କରି ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ାଯାଇଥିଲା। ତେବେ ଆଜି ଆମେ କାହିଁକି ତାହା ପାଇବୁ ନାହିଁ? ଆମେ ପୁଣି କାହିଁକି ସଂଶୋଧନ କରିବୁ? ଏହା ଆମ ସମ୍ବିଧାନକୁ ବଦଳାଇବା ପାଇଁ ଉଦ୍ଦେଶ୍ୟମୂଳକ ପ୍ରୟାସକୁ ଦର୍ଶାଉଛି। କେନ୍ଦ୍ରର ଉଦ୍ଦେଶ୍ୟକୁ ସନ୍ଦେହଜନକ ଆଖ୍ୟା ଦେଇ ଅଧୀର ରଞ୍ଜନ କହିଛନ୍ତି, ସମ୍ବିଧାନର ଯେଉଁ ନୂଆ ନକଲ ଆମକୁ ଦିଆଯାଇଥିଲା, ଯାହାକୁ ଆମେ ହାତରେ ଧରି ନୂତନ ସଂସଦ ଭବନରେ ପ୍ରବେଶ କରିଥିଲୁ, ତାହାର ପ୍ରସ୍ତାବନାରେ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ଦୁଇଟି ନାହିଁ। ଆମେ ଜାଣିଛୁ ଯେ ୧୯୭୬ରେ ଏକ ସଂଶୋଧନ ପରେ ଏହି ଶବ୍ଦ ଯୋଡାଯାଇଥିଲା। କିନ୍ତୁ ଯଦି କେହି ଆଜି ଆମକୁ ସମ୍ବିଧାନ ଦିଅନ୍ତି ଏବଂ ସେଥିରେ ସେହି ଶବ୍ଦ ନ ଥାଏ, ତେବେ ଏହା ଚିନ୍ତାର ବିଷୟ… ସେମାନଙ୍କ ଉଦ୍ଦେଶ୍ୟ ସନ୍ଦେହଜନକ ବୋଲି ଅଧୀର ରଞ୍ଜନ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button