ଦେଶ

ସାରା ଦେଶ ପାଳୁଛି ବାପୁଙ୍କ ଜୟନ୍ତୀ – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ଅକ୍ଟୋବର ୨ । ଅର୍ଥାତ୍ ଗାନ୍ଧୀ ଜନ୍ତୀ । ବା ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଗୁଜରାଟର ପୋରବନ୍ଦରରେ କରମଚାନ୍ଦ ଗାନ୍ଧି ଓ ପୁତଲିବାଇଙ୍କ କୋଳମଣ୍ଡନ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି । ଯୁବ ମୋହନଦାସ ଲଣ୍ଡନରେ ଓକିଲାତି ପଢ଼ି ଭାରତ ଫେରିବା ପରେ ସ୍ୱାଧୀନତା ସଂଗ୍ରାମର ପୁରୋଧା ସାଜିଥିଲେ। ଅହିଂସାକୁ ଅସ୍ତ୍ର କରି ସେ ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ ଏବଂ ପ୍ରତିଟି ଭାରତୀୟଙ୍କ ମନରେ ଜାଳିଥିଲେ ବିପ୍ଳବର ବହ୍ନି। ଅହିଂସାକୁ ଅସ୍ତ୍ର କରି ଦେଶକୁ ସ୍ୱାଧୀନତା ଆଣିଦେଇଥିଲେ । ତେବେ    ଆଜି ଏହି ମହାନ ପୁରୁଷଙ୍କୁ ମନେ ପକାଇଛି ଦେଶ । ସାରା ଦେଶ ପାଳିଛି ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ କାର‌୍ୟ୍ୟକ୍ରମ ପାଳନ କରାଯାଉଛି। ରାଜଘାଟକୁ ଯାଇ ଗାନ୍ଧିଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button