ଦେଶ

ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହିନ୍ଦୀରେ କଥା ହେବା ପଡିଲା ମାହାଙ୍ଗା – Ibnodisha

[ad_1]

ଆମେରିକା : ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହିନ୍ଦୀରେ କଥା ହେବା ମହଙ୍ଗା ପଡ଼ିଛି। ୭୮ ବର୍ଷୀୟ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। କାରଣ, ସେ ନିଜର ଜଣେ ସମ୍ପର୍କୀୟଙ୍କ ସହିତ ଭିଡିଓ କଲ୍‌ରେ ହିନ୍ଦୀରେ କଥା ହେଉଥିଲେ। ଚାକିରିରୁ ବହିଷ୍କୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଅନିଲ ଭାରଷ୍ଣେୟ।ରିପୋର୍ଟ ମୁତାବକ, ଭାରଷ୍ଣେୟ ଦୀର୍ଘ ଦିନ ଧରି ଅଲାବାମାରେ ହଣ୍ଟସଭିଲି ମିସାଇଲ୍‌ ଡିଫେନ୍ସ କଣ୍ଟ୍ରାକ୍ଟର ପାର୍ସନ୍ସ କର୍ପୋରେସନ୍ ସହିତ କାମ କରି ଆସୁଥିଲେ। ସେ ଏହି କମ୍ପାନୀର ଜଣେ ବରିଷ୍ଠ ସିଷ୍ଟମ ଇଞ୍ଜିନିୟର ଥିଲେ।ଗତ ବର୍ଷ ସେପ୍ଟେମ୍ବର ୨୬ରେ ଏହି ଘଟଣା ଘଟିଥିଲା। ଅନିଲ ଭାରଷ୍ଣେୟ ଭାରତରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ସହ ଭିଡିଓ କଲରେ କଥା ହେଉଥିଲେ। ଏହି ସମୟରେ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଏପରି କରୁଥିବାର ଦେଖି ନେଇଥିଲେ ଏବଂ ତାଙ୍କୁ କହିଥିଲେ କି, ଫୋନ୍ କଲରେ କଥା ହେବା ନିଷେଧ। ଏହା ପରେ ଭାରଷ୍ଣେୟ ତୁରନ୍ତ କଲ୍‌ କାଟି ଦେଇଥିଲେ।କୁହାଯାଉଛି ଯେ ଅନିଲ ଭାରଷ୍ଣେୟ ଯାହାଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ, ସେ ମୃତ୍ୟୁଶଯ୍ୟାରେ ପଡ଼ିଥିଲେ। ସମ୍ପର୍କୀୟ ଜଣକ ତାଙ୍କର ଶେଷ ସମୟରେ ଭାରଷ୍ଣେୟଙ୍କ ସହିତ କଥା ହେବାକୁ ଚାହୁଁଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୨ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା।ସେପଟେ ଭାରଷ୍ଣେୟ ଚାକିରିରୁ ବହିଷ୍କୃତ ହେବା ପରେ ପାର୍ସନ୍ସ କର୍ପୋରେସନ୍ ଏବଂ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଫେଡେରାଲ୍‌ କୋର୍ଟରେ ମାମଲା ଦାୟର କରିଛନ୍ତି। ଏଥିରେ ଦାବି କରାଯାଇଛି ଯେ ତାଙ୍କ ସହକର୍ମୀ ତାଙ୍କ ବିଷୟରେ କମ୍ପାନୀକୁ ଭୁଲ୍‌ ତଥ୍ୟ ଦେଇଛନ୍ତି। ଫୋନ୍ କଲରେ କୌଣସି ବି ପ୍ରକାରର ଉଲ୍ଲଂଘନ ହୋଇ ନ ଥିଲା। ତାଙ୍କ ସହିତ ଭେଦଭାବ କରାଯାଇଛି।ଏଥି ସହିତ ସେ ଦାବି କରିଛନ୍ତି କି, ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ବେଳେ ସେ କମ୍ପାନୀ ସହ ଜଡିତ କୌଣସି ଗୋପନୀୟ ତଥ୍ୟ ସେୟାର କରିନାହାନ୍ତି କି କମ୍ପାନୀର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇନାହାନ୍ତି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button