ଖେଳ

ଇଣ୍ଡିଆ-ପାକିସ୍ତାନ ମ୍ୟାଚ: ଟିମ ଇଣ୍ଡିଆ ପାଇଁ ରିଜର୍ଭ ଡେ ମ୍ୟାଚ ଶୁଭଙ୍କର ନୁହେଁ – Ibnodisha

[ad_1]

ବ୍ୟୁରୋ : ଭାରତ- ପାକିସ୍ତାନ ମଧ୍ୟରେ ଚାଲିଥିବା ସୁପର -୪ ପର୍ଯ୍ୟାୟର ମ୍ୟାଚ ରିଜର୍ଭ ଡେକୁ ଘୁଞ୍ଚିଛି। ଗତକାଲି ପୂର୍ବ ନିର୍ଦ୍ଧାରିତ ସମୟରେ ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ ହୋଇଥିଲା । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ଦମଦାର ଆରମ୍ଭ କରିଥିଲା । ତେବେ ମ୍ୟାଚର ୨୪.୧ ଓଭରରେ ବର୍ଷା ଆରମ୍ଭ ହୋଇଥିଲା । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିନଥିଲା ।  ଏତେ ଜୋରରେ ବର୍ଷା ହୋଇଥିଲା ଯେ, ମ୍ୟାଚ୍ ଆଉ ସମ୍ଭବପର ହୋଇପାରିନଥିଲା । ଯେଉଁଥିପାଇଁ ରିଜର୍ଭ ଡେ’କୁ ଘୁଞ୍ଚିଛି ମ୍ୟାଚ୍ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଅପରାହ୍ନ ୩ଟା ବେଳେ ପୁଣିଥରେ ମ୍ୟାଚ୍ ଆରମ୍ଭ ହେବ। କିନ୍ତୁ ଆଜି ପୁଣି ମ୍ୟାଚ ହେବ କି ନାହିଁ ତାହା ମଧ୍ୟ ସନ୍ଦେହଘେରରେ। ଭାରତ ନିଜର ଅଧା ପାଳିରୁ ପୁଣି ମ୍ୟାଚ ଖେଳିବ। ବର୍ଷା ପୂର୍ବରୁ ଟିମ୍ ଇଣ୍ଡିଆ ରୋହିତ ଓ ଶୁଭମନ ଗିଲଙ୍କ ୱିକେଟ ହରାଇଥିବା ବେଳେ ଏବେ ବିରାଟ କୋହଲି ଓ କେ.ଏଲ ରାହୁଲ ଅପରାଜିତ ରହିଛନ୍ତି । କିନ୍ତୁ ରିଜର୍ଭ ଡେ’ରେ ମଧ୍ୟ ମ୍ୟାଚ୍ ପୁରା ହୋଇପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି । କାରଣ ଆଜି ମଧ୍ୟ କଲମ୍ବୋରେ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭାରତୀୟ କ୍ରିକେଟ ପ୍ରେମୀଙ୍କ ସହିତ ରିଜର୍ଭ ଡେ’କୁ ନେଇ ପୁରୁଣା ସ୍ମୃତି ଖରାପ ରହିଛି। ଭାରତ ଶେଷ ଥର ୨୦୧୯ ମସିହା ବିଶ୍ବକପରେ ରିଜର୍ଭ ଡେ ମ୍ୟାଚ ଖେଳିଥିଲା। ସେମିଫାଇନାଲ ମୁକାବିଲାରେ ଯେତେବେଳେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ସହ ଓ୍ବାନଡେ’ ମ୍ୟାଚ ଚାଲିଥିଲା। ଶେଷ ୪୭ ଓଭରରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ମ୍ୟାଚ ଅଧାରୁ ବନ୍ଦ ରହିଥିଲା। ତା’ପରେ ଓଭରକୁ ନିର୍ଦ୍ଧାରତ କରାଗଲା। ପରଦିନ ରିଜର୍ଭ ଡେରେ ବାକି ଓଭର ନ୍ୟୁଜିଲାଣ୍ଡ ଟିମ ଖେଳିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଟିମ ୨୩୯/୮ ରନ କରିଥିଲା। କିନ୍ତୁ ଭାରତୀୟ ଟିମ ୨୨୧ ରନରେ ସୀମିତ ରହିଗଲା। ୧୮ ରନରେ ନ୍ୟୁଜିଲାଣ୍ଡ ମ୍ୟାଚ ଜିତିଯାଇଥିଲା। ଏହାପରେ ଭାରତୀୟ ଟିମ ଫାଇନାଲକୁ ଆଉ ଯାଇପାରି ନ ଥିଲା। ଆଉ ତୃତୀୟଥର ବିଶ୍ବକପ ଜିତିବାର ସ୍ବପ୍ନ ଭାରତରେ ଅଧାରେ ରହିଗଲା। ତେବେ ଦେଖାଯାଉ ଆଜି ମ୍ୟାଚ କଣ ହେଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button