IBN ଓଡ଼ିଶା ବ୍ୟୁରୋ

ଦୁଷ୍କର୍ମ ମାମଲା: ସାମ୍ବାଦିକ ସମ୍ମିଳନୀରୁ କଂଗ୍ରେସ ସାଂସଦ ଗିରଫ

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଦ୍ବାରା ହୋଇଥିବା ଏକ ଦୁଷ୍କର୍ମ ମାମଲାରେ କଂଗ୍ରେସ ସାଂସଦ ରାକେଶ ରାଠୋର ଉତ୍ତରପ୍ରଦେଶର ସୀତାପୁରରୁ ଗିରଫ ହୋଇଛନ୍ତି। ରାଠୋରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀ ମଝିରୁ ପୁଲିସ ଗିରଫ କରିଦେଇଛି। ସାଂସଦଙ୍କ ବିରୋଧରେ ଥିବା ଦୁଷ୍କର୍ମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିବାର କିଛି ଦିନ ପରେ ସେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ରାଠୋର ଜଣେ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କୁ ଦୀର୍ଘ ୪ ବର୍ଷ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ।

ଏହି ମାମଲାରେ କୋର୍ଟ ରାଠୋରଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିନାହାନ୍ତି। ୨ ସପ୍ତାହ ମଧ୍ୟରେ ସେସନ୍ସ କୋର୍ଟ‌ରେ ହାଜର ହେବାପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷେ ଜାନୁଆରି ୧୭ ତାରିଖରେ ଉତ୍ତରପ୍ରଦେଶ ପୁଲିସ ରାଠୋର ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଜାନୁଆରି ୨୩ ତାରିଖରେ ସୀତାପୁର ଏମ୍‌ପି-ଏମଏଲଏ କୋର୍ଟ ଅଭିଯୁକ୍ତ ସାଂସଦଙ୍କ ଆଗୁଆ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button