IBN ଓଡ଼ିଶା ବ୍ୟୁରୋ

କଣ ଆପଣ ଜାଣିଛନ୍ତି କି ୨୫ କୋଟି ବର୍ଷ ପୂର୍ବରୁ ଏହି କାରଣରୁ ପୃଥିବୀରେ ହେଇଥିଲା ସାମୁହିକ ବିନାଶ !!!

କୁହନ୍ତି କି ଯେତେବେଳେ ବି ପ୍ରକୃତି ଉପରେ ବେଶୀ ବୋଝ ହୋଇଯାଏ ସେ ନିଜର ବୋଝ କମ କରିବା ପାଇଁ ଏହାର ବିନାଶ ହୋଇଥାଏ । ପୃଥିବୀରେ ଯେତେବେଳ ବେଶୀ ପାପ ବଢିଥାଏ ତେବେ ପ୍ରଳୟ ଆସିଥାଏ । ଏବଂ ସବୁ କିଛି ଶେଷ ହୋଇଯାଇଥାଏ । ଏମିତି ଏକ ମହାବିନାଶ ପୃଥିବୀ ଉପରେ ଆଜିଠୁ ୨୫ କୋଟି ବର୍ଷ ପୂର୍ବରୁ ହୋଇ ଥିଲା । ଏହି ସାମୁହିକ ବିନାଶ ଦ୍ଵାରା ପୃଥିବୀରେ ଜୀବନର କୌଣସି ଚିହ୍ନ ନଥିଲା ।

ଗତ କିଛି ବର୍ଷ ହେବ ବୈଜ୍ଞାନିକମାନେ ଏହି ସାମୁହିକ ବିନାଶ ର ଗୁଥିର ସମଧାନ କରିବାରେ ଲାଗିଛନ୍ତି । ବର୍ତ୍ତମାନ ହିଁ ଫ୍ରାଂସ ର ସେଂଟର ଫର ପେଟ୍ରୋଗ୍ରାଫିକ ଏଂଡ ଜିୟୋକେମିକଲ ରିସର୍ଚ କରୁଥିବା ବୈଜ୍ଞାନିକମାନେ କହିଛନ୍ତି କି ତାଙ୍କୁ ପୃଥିବୀରେ ସାମୁହିକ ବିନାଶର ଅସଲି କାରଣ ଜଣା ପଡି ଯାଇଛି ।

ତାଙ୍କ ଅନୁସାରେ ସାଇବେରିୟା ରେ ଭୀଷଣ ଜ୍ଵଳାମୁଖୀ ଫାଟିବା ଦ୍ଵାରା ପୃଥିବୀର ଓଜନ ପରତ ନଷ୍ଟ ହୋଇ ଯାଇଥିଲା । ଏହା ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ଜ୍ଵଳାମୁଖୀ ଫାଟୁଥିଲା । ଏହି ରିପୋର୍ଟ ନେଚର ଜିୟୋସାଇଂସ ନାମକ ସାମ୍ବାଦିକରେ ପ୍ରାକାଶିତ କାରଯାଇଛି ।

ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ ଏହା ପୃଥିବୀର ପ୍ରଥମ ଭୟାନକ ବିନାଶ ନୁହେଁ । ଏହା ପୃଥିବୀର ବିନାଶର ତୃତୀୟ ସବୁଠୁ ବିନାଶ ଯୁଗ ଥିଲା । ୨୫.୧ କୋଟି ବର୍ଷ ପୂର୍ବରୁ ହୋଇଥିବା ଏହି ଯୁଗରେ ପୃଥିବୀରେ ୯୬ ପ୍ରତିଶତ ଜୀବନ ସଫା ହୋଇଯାଇଥିଲା । ଏହି ବିନାଶକୁ “ଦ ଗ୍ରେଟ ଡାଇଂଗ” ନାମ ଦିଆଯାଇଛି ।

ସୂଚନା ଅନୁସାରେ ସାଇବେରିୟା ର ମାଟି ତଳେ ଭାରି ମାତ୍ରାରେ କ୍ଲୋରୀନ, ବ୍ରୋମୀନ ଏବଂ ଆୟୋଡୀନ ଭଳି ତତ୍ଵ ଦବିଥିଲା, ଯାହା ଜ୍ଵାଳାମୁଖୀ ବିସ୍ଫୋଟ ହେବା ଦ୍ଵାରା ଏହି ସବୁ ତ୍ଵତ ମାଟି ଉପରକୁ ଆସିଗଲା । ଯାହା ଦ୍ଵାର ଏହା ର ମାତ୍ରା ବଢି ଯାଇ ପୃଥିବୀର ଓଜନ ପରତକୁ ଧୀରେ ଧୀରେ ନଷ୍ଟ ହୋଇଗଲା ।

ଯାହାଦ୍ୱାରା ସୂର୍ଯ୍ୟର ପରାବୈଂଗନୀ କିରଣ ସିଧା ପୃଥିବୀରେ ଆସିବା ଦ୍ଵାରା ପୃଥିବୀରେ ଜୀବନ ଅସମ୍ଭବ ହୋଇଗଲା । ଜଙ୍ଗଲ ଗୁଡିକ ଧୀରେ ଧୀରେ ସଫା ହୋଇଗଲା ।

ସୂଚନା ଅନୁସାରେ ଆଜି ପର୍ଯ୍ଯନ୍ତ ପୃଥିବୀରେ ୫ ଟି ବଡ ସ୍ତରରେ ବିନାଶ ହୋଇଛି । ୫ ମ ବିନାଶ ଯୁଗ କ୍ରିଟାଶିୟସ-ପୈଲିଯୋଜୀନ ଆଜିଠୁ ପାଖାପାଖି ୬.୫ କୋଟି ବର୍ଷ ପୂର୍ବରୁ ହୋଇଥିଲା । ଏହି ଯୁଗରେ ହିଁ ପୃଥିବୀରେ ଡାୟନାସୋର ର ବିନାଶ ହୋଇଥିଲା । ଏହି ଯୁଗ ପରେ ପୃଥିବୀରେ ସ୍ତନ୍ୟପ୍ରାୟି ଜିବର ବିକାଶ ହୋଇଥିଲା ।

ବର୍ତ୍ତମାନ ନେଶନଲ ଅଟୋନମସ ଯୂନିୱର୍ସିଟୀ ଅପ ମେକ୍ସିକୋ ଏବଂ ସ୍ଟୈନଫୋର୍ଡ ଯୂନିୱର୍ସିଟୀର ବୈଜ୍ଞାନିକମାନେ କହିଛନ୍ତି କି ପୃଥିବୀ ନିଜର ଷଷ୍ଠ ବ୍ୟାପକ ବିନାଶ ଯୁଗ ମଧ୍ୟରେ ପ୍ରବେଶ କାରସାରିଛି । ଏହି ବିନାଶ ପରେ ପୃଥିବୀରେ ୭୫% ଜୀବ ବିଲୁପ୍ତ ହୋଇଯିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button