IBN ଓଡ଼ିଶା ବ୍ୟୁରୋ

ରାତି ସାରା ଶୋଇପାରି ନଥିଲି: ଗୁକେଶ

ସିଙ୍ଗାପୁର: ବିଶ୍ବ ଚେସ୍‌ ପ୍ରତିଯୋଗିତାରେ ପ୍ରଥମ ଥର ଖେଳୁଥିବା ଡି ଗୁକେଶ ଗୁରୁବାର ଶେ‌‌ଷ ରାଉଣ୍ଡ ତଥା ‌ଚତୁର୍ଦଶ ରାଉଣ୍ଡର ପୂର୍ବ ରାତିରେ ଶୋଇ ପାର ନଥିଲେ ବୋଲି କହିଛନ୍ତି।। ବିଜୟ ପରେ ସେ କହିଛନ୍ତି, ମୁଁ ଏହି ମ୍ୟାଚ୍‌ ପୂର୍ବ ରାତିରେ ଶୋଇପାରି ନଥିଲି। ‌ଗେମ୍ ବରାବର ସ୍ଥିତିକୁ ଯାଉଥିଲା। ହେଲେ ଡିଙ୍ଗ ୫୫ ମୁଭ୍‌ରେ ଭୁଲ୍‌ କରିଦେଇଥିଲେ। ମୁଁ ଟିକେ ଆବାକ୍‌ ହୋଇଯାଇଥିଲି। କାରଣ ସେ ପର୍ଯ୍ୟନ୍ତ ବିଜୟ ଆଶା କରି ନଥିଲି। କିନ୍ତୁ ଏହି ସୁଯୋଗ ଦେଖି ଆଗକୁ ବଢ଼ିଥିଲି। ପ୍ରକୃତରେ ଡିଙ୍ଗ ବିଶ୍ବ ବିଜେତା, ଡିଙ୍ଗ୍‌ ଓ ତାଙ୍କ ଟିମ୍‌ ନିକଟରେ କ୍ଷମା ମାଗୁଛି।

ଏଥି ସହ ଭଲ ମ୍ୟାଚ୍‌ ହୋଇଥିବାରୁ ବିପକ୍ଷଙ୍କୁ ଧନ୍ୟବାଦ ଦେଉଛି। ଏହି ମୁହୂର୍ତ୍ତ ଗତ ଦଶ ବର୍ଷର ସ୍ବପ୍ନ ଭଳି ଥିଲା। ମୁଁ ବହୁତ ଖୁସି ‌‌ଯେ ଏହି ସ୍ବପ୍ନ ପୂରଣ କରିଛି। ଏହା ମୋ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ। ଏହି ବିଜୟ ମୋଠୁ ମୋ ପରିବାର ପାଇଁ ବହୁତ ବଡ଼। ସେମାନଙ୍କ ବଳିଦାନ ଓ ଉତ୍ସାହ ଲାଗି ଏହା ସମ୍ଭବ ହୋଇପାରିଛି। ବିଶ୍ବ ଚେସ୍‌ ପ୍ରତିଯୋଗିତା ଜିତିଛି ବୋଲି ମୁଁ ଶ୍ରେଷ୍ଠ ଖେଳାଳି ହୋଇ ଯାଇନି। ମାଗ୍ନସ କାର୍ଲସେନ ଏବେ ବି ଶ୍ରେଷ୍ଠ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button