ଖେଳ

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ଆଜି ଦ୍ୱିତୀୟ ଦିନ ; ମ୍ୟାଚ୍ ଜିତିଲେ ସିରିଜ ଜିତିବ ଭାରତ – Ibnodisha

[ad_1]

ନୂଆଦିଲ୍ଲୀ : ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ଆଜି ଦ୍ୱିତୀୟ ଦିନ। ଆଜି ୭ ୱିକେଟ ୩୦୨ ରନରୁ ଖେଳ ଆରମ୍ଭ କରିବ ଇଂଲଣ୍ଡ। ୧୦୬ ରନ୍ କରି ରୁଟ୍ ନଟଆଉଟ୍ ଥିବା ବେଳେ ତାଙ୍କ ସାଥ୍ ଦେଉଛନ୍ତି ରବିନସନ୍। ପ୍ରଥମ ଦିନରେ ଇଂଲଣ୍ଡ ୩୦୨ ରନ କରି ୭ ୱିକେଟ୍ ହରାଇ ସାରିଛି। ଭାରତ ପକ୍ଷରୁ ଆକାଶଦୀପ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ଏବଂ ଜାଡେଜା ଓ ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।ଆଜି ଦ୍ୱିତୀୟ ଦିନରେ ଇଂଲଣ୍ଡକୁ ଶୀଘ୍ର ଅଲଆଉଟ୍ କରି ବ୍ୟାଟିଂ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ସିରିଜ ବଞ୍ଚାଇବା ଲାଗି ଭ୍ରମଣକାରୀ ଦଳ ଉଦ୍ୟମ କରିଥିବା ବେଳେ ମ୍ୟାଚ୍ ଜିତିଲେ ସିରିଜ ଜିତିବ ଭାରତ। ୫ଟିକିଆ ସିରିଜ୍ ରେ ୨-୧ରେ ଆଗୁଆ ରହିଛି ଭାରତ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button