ମାର୍ ମାର୍ କେ ଭରତା ନିକାଲ୍ ଦେତା ହୈ ରୋହିତ ଶର୍ମା: ଅଖତର – Ibnodisha
[ad_1]
ମୁମ୍ବାଇ: ଚଳିତ ବିଶ୍ୱକପ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ ବିଶ୍ୱ କ୍ରିକେଟରେ ଆଲୋଚନାରେ ଚର୍ଚ୍ଚିତ ଚେହେରା । ନିଜ ବ୍ୟାଟିଂ ଓ ନେତୃତ୍ୱ ପାଇଁ ସମସ୍ତଙ୍କ ଦ୍ୱାରା ପ୍ରଶଂସନୀୟ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । କିୱି ଦଳ ବିପକ୍ଷରେ ରୋହିତ ନିଜର ଅର୍ଦ୍ଧଶତକ ହାସଲ କରିପାରିନଥିଲେ ମଧ୍ୟ ତାଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ୪ ୱିକେଟରେ ୩୯୭ ରନର ବିଶାଳ ସ୍କୋରରେ ପହଞ୍ଚାଇଥିଲା ।
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କହିଛନ୍ତି, ରୋହିତ ବଡ଼ ଇନିଂସ ଖେଳି ନ ପାରିବାରୁ ସେ ନିରାଶ ହୋଇଥିଲେ ହେଁ ତାଙ୍କ ନିର୍ଭୀକ ବ୍ୟାଟିଂ ପାଇଁ ଭାରତୀୟ ଅଧିନାୟକ ଶ୍ରେୟର ହକଦାର । ଏହି ବ୍ୟାଟ୍ସମ୍ୟାନ୍ ବିଶ୍ୱର ସବୁଠାରୁ ଦୁର୍ଦ୍ଦଷ ବ୍ୟାଟର ଭାବେ ଏବେ ପରିଚିତ । କୌଣସି ବୋଲରଙ୍କୁ ଖାତିର କରୁନଥିବା ରୋହିତ କିୱି ବୋଲର ବୋଲ୍ଟ ଓ ସାଣ୍ଟନରଙ୍କ ବିପକ୍ଷରେ ଖେଳିବା ଟିକେ କଷ୍ଟକର ବୋଲି ପୂର୍ବରୁ ପ୍ରକାଶ କରିଥିଲେ । କିନ୍ତୁ ମ୍ୟାଚରେ ସେ ବୋଲ୍ଟଙ୍କ ବିପକ୍ଷରେ ଅଲଗା ପ୍ରକାର ଖେଳ ଦେଖାଇଥିଲେ । ସେ ଶତକ ନ ପାଇବାରୁ ମୁଁ ଟିକିଏ ନିରାଶ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଏକାଧିକ ଶତକ ଅର୍ଦ୍ଧଶତକ ହାସଲ କରିପାରିଥାନ୍ତେ । କିନ୍ତୁ ଏହା କୌଣସି ବଡ଼ କଥା ନୁହେଁ ।
ଜଣେ ଅଧିନାୟକ, ଖେଳାଳି ଓ ବ୍ୟାଟସମ୍ୟାନ ଭାବେ ରୋହିତ ଶର୍ମାଙ୍କୁ ସମସ୍ତ ଶ୍ରେୟ ଯାଉଛି । ବିଶ୍ୱକପ୍ ଶୋ\’ର ଆରମ୍ଭରୁ ରୋହିତ ବିରୋଧୀଙ୍କୁ ବାରମ୍ବାର ଚାପୁଡ଼ା ମାରୁଛନ୍ତି । ଏପରିକି ‘ମାର ମାର କେ ଭରତା ନିକାଲ ଦେତା ହୈ ରୋହିତ ଶର୍ମା\’ ବୋଲି ନିଜ ଚ୍ୟାନେଲରେ ଅଖତର କହିଛନ୍ତି । ୩୬ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଭାରତ ପାଇଁ ଏକ ଛୋଟ, କିନ୍ତୁ ପ୍ରଭାବୀ ଇନିଂସ୍ ଖେଳି ଆଉ ଏକ ଚମତ୍କାର ଆରମ୍ଭ କରିଥିଲେ । ସେ ୨୯ ବଲରୁ ୪ଟି ଛକା ଓ ୪ଟି ଚୌକା ସହ ୪୭ ରନ୍ କରିଥିଲେ । ବିଶ୍ୱକପ୍ ଇତିହାସରେ ୫୧ଟି ଛକା ମାରିଛନ୍ତି ରୋହିତ ।
[ad_2]