ଖେଳ

ଇଂଲଣ୍ଡ ଟିମ୍‌କୁ ଫେରିଲେ ଆର୍ଚର୍ – Ibnodisha

[ad_1]

ଲଣ୍ଡନ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍ ୧ ତାରିଖରୁ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ମଙ୍ଗଳବାର ୧୫ ଜଣିଆ ଟିମ୍ ଘୋଷଣା କରିଛି । ବର୍ତ୍ତମାନ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଜୋସ୍ ବଟ୍‌ଲର୍‌ଙ୍କୁ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଛି । ଆହତ କାରଣରୁ ଦୀର୍ଘ ସମୟ ଧରି ଟିମ୍‌ରୁ ବାଦ୍ ପଡ଼ିଥିବା ଫାଷ୍ଟ୍ ବୋଲର୍ ଜୋଫ୍ରା ଆର୍ଚରଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ଇଂଲଣ୍ଡ ବୋର୍ଡ ବିସ୍ଫୋରକ ବ୍ୟାଟର୍ ଫିଲ୍ ସଲ୍ସଙ୍କୁ ଟିମ୍‌ରେ ସାମିଲ କରିଛି । ସେହିପରି ୱିଲ୍ ଜ୍ୟାକ୍ସ ଓ ଜନ୍ନି ବେୟାଷ୍ଟୋଙ୍କୁ ବିଶ୍ୱକପ୍‌ରେ ଦେଖିବାକୁ ମିଳିବ । ଇସିବି ହ୍ୟାରୀ ବ୍ରିକ୍ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ଉପରେ ଭରସା କରିଛି । ଇଂଲଣ୍ଡର ବୋଲିଂ ଆକ୍ରମଣ ବହୁ ଶକ୍ତିଶାଳୀ ଦେଖିବାକୁ ମିଳୁଛି । ମାର୍କ ଉଡ୍‌, ରିସ୍ ଟପ୍ଲେ ଏବଂ ଆଦିଲ୍ ରସିଦ୍‌ଙ୍କ ସହ ଭାଇସ୍ କ୍ୟାପ୍‌ଟେନ୍ ମୋଇନ ଅଲି ଟିମ୍‌ର ସଦସ୍ୟ ଅଛନ୍ତି ।
ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଜୁନ୍ ୪ରେ ସ୍କଟ୍‌ଲାଣ୍ଡ୍ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ । ୨୦୦୭ରୁ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ଦୁଇଥର (୨୦୧୦ ଓ ୨୦୨୨) ଚାମ୍ପିଅନ୍ ହୋଇଥିଲା ।
ଇଂଲଣ୍ଡ ଟିମ୍‌: ଜୋସ୍ ବଟ୍‌ଲର୍ (କ୍ୟାପ୍‌ଟେନ୍‌), ମୋଇନ ଅଲି (ଭାଇସ୍ କ୍ୟାପ୍‌ଟେନ୍‌), ଜୋଫ୍ରା ଆର୍ଚର୍‌, ଜନ୍ନ ବେୟାରଷ୍ଟୋ, ହ୍ୟାରୀ ବ୍ରିକ୍‌, ସାମ୍ କରନ୍‌, ବେନ୍ ଡକେଟ୍‌, ଟମ୍ ହାର୍ଟଲେ, ୱିଲ୍ ଜ୍ୟାକ୍ସ, କ୍ରିସ୍ ଜୋର୍ଡାନ୍‌, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌, ଆଦିଲ୍ ରସିଦ୍‌, ଫିଲ୍ ସଲ୍ଟ, ରିସ୍ ଟପ୍‌ଲି, ମାର୍କ ଉଡ୍ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button