ଦେଶ

ପୂର୍ବତନ ବିଧାୟକଙ୍କ ୭୨ କୋଟି ସମ୍ପତ୍ତି ଜବତ – Ibnodisha

[ad_1]

ନୂଆଦିଲ୍ଲୀ:  ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ୭୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଜବତ କରିଛି । କଥିତ ୭୫୦ କୋଟି ଟଙ୍କା ବ୍ୟାଙ୍କ୍ ଋଣ ଫ୍ରଡ୍ ସହ ଜତିଡ଼ ମନି ଲଣ୍ଡରିଂ ମାମଲାର ଇଡି ତଦନ୍ତ କରୁଛି । ମନି ଲଣ୍ଡରିଂ ନିବାରଣ ଅଧିନିୟମ (ପିଏମ୍‌ଏଲ୍‌ଏ) ଅଧୀନରେ ପୂର୍ବତନ ବିଧାୟକଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌ, ମହାରାଜଗଞ୍ଜ ଏବଂ ଗୋରଖପୁର ଜିଲ୍ଲାରେ ଥିବା ୨୭ ସ୍ଥାବର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିଥିବା ଏଜେନ୍ସି ଶୁକ୍ରବାର କହିଛି ।

ତିୱାରୀ ନିର୍ଦ୍ଦେଶକ ଥିବା ‘ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍‌’ କମ୍ପାନୀ ନାମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ଥିବା ସାତଟି ବ୍ୟାଙ୍କ୍‌ରୁ ଫ୍ରଡ୍ କରି ୧,୧୨୯.୪୪ କୋଟି ଟଙ୍କା ଋଣ କରାଯାଇଥିଲା । ଇଡି କହିଛି ଏହି ଋଣ ପରିଶୋଧ ନକରି କମ୍ପାନୀର ନିର୍ଦ୍ଦେଶକ, ଗ୍ୟାରେଣ୍ଟର ବ୍ୟାଙ୍କିଙ୍ଗ୍ ମାନଦଣ୍ଡର ଉଲ୍ଲଂଘନ କରି ବଡ଼ ଧରଣର ଅର୍ଥ ଆତ୍ମସାତ୍ କରିଛନ୍ତି । ଫଳରେ ବ୍ୟାଙ୍କର ୭୫୪.୨୮ କୋଟି ଟଙ୍କା କ୍ଷତି ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button