ରାଜ୍ୟ

ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ସିଆଇଏସ୍‌ଏଫ୍ ଯବାନ – Ibnodisha

[ad_1]

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ତାଜମହଲରେ ସିଆଇଏସ୍‌ଏଫ୍ ଯବାନମାନେ ସିପିଆର୍ ଦେଇ ଜଣେ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କରିଛନ୍ତି । ଗୁରୁବାର ଅପରାହ୍ଣ ସାଢ଼େ ଚାରିଟା ବେଳେ ଜଣେ ବୟସ୍କ ପର୍ଯ୍ୟଟକ ଅଚାନକ ଅଚେତ ହୋଇପଡ଼ିଥିଲେ । ସେଠାରେ ମୁତୟନ ସିଆଇଏସ୍‌ଏଫ୍ କର୍ମଚାରୀ ତାଙ୍କୁ ତୁରନ୍ତ ସିପିଆର୍ ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି । ସିଆଇଏଫ୍‌ଏଫ୍ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି, କଟକ ନିବାସୀ ୭୦ ବର୍ଷୀୟ ଉପେନ୍ଦ୍ର କୁମାର ପାଲ୍ ପରିଜନଙ୍କ ସହିତ ତାଜମହଲ ଦେଖିବାକୁ ଆସିଥିଲେ ।

ସୁରକ୍ଷା ଯାଞ୍ଚ୍ ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ଅଚାନକ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଏବଂ ସେ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ । ତାଜମହଲରେ ଡ୍ୟୁଟି କରୁଥିବା ସିଆଇଏସ୍‌ଏଫ୍ ସବ୍‌ଇନ୍ସପେକ୍ଟର ଶୈଳେନ୍ଦ୍ର କୁମାର ତୁରନ୍ତ ତାଙ୍କୁ ଜୀବନ ରକ୍ଷକ କାର୍ଡିଓପମ୍ଲୋନରୀ ରିସ୍‌ସିଟେସନ୍ (ସିପିଆର୍‌) ଦେଇଥିଲେ । ତାଙ୍କ ତତ୍କାଳ ପ୍ରୟାସରେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚିଯାଇଥିଲା । ଏହାପରେ ଉପେନ୍ଦ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନିଆଯାଇଥିଲା । ତାଙ୍କ ଜୀବନ ରକ୍ଷା ପାଇଁ ପାଲ୍ ଓ ତାଙ୍କ ପରିବାର ଏସ୍‌ଆଇ ଶୈଳେନ୍ଦ୍ର କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button