ରାଜ୍ୟ

ନନ୍ଦନକାନନ ରୋପ୍‌ୱେ ଲୋକାର୍ପିତ, ଆଜିଠୁ ବୁଲିବେ ପର୍ଯ୍ୟଟକ – Ibnodisha

[ad_1]

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପ୍‌ୱେ ପୁଣିଥରେ ଆରମ୍ଭ ହୋଇଛି। ଏହାକୁ ଶୁକ୍ରବାର ଅପରାହ୍ଣରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦ୍‌ଘାଟନ କରିଛନ୍ତି। ଆଜିଠାରୁ ପର୍ଯ୍ୟଟକମାନେ ଏହାର ସୁବିଧା ନେଇ ପାରିବେ।

୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନୂତନ ଜ୍ଞାନକୌଶଳରେ ପୁନର୍ବାର ଆରମ୍ଭ ହୋଇଥିବା ରୋପ୍‌ୱେ କାଞ୍ଜିଆହ୍ରଦ ଉପର ଦେଇ ଯିବ। ଏଥିରେ ବସି ପର୍ଯ୍ୟଟକ କାଞ୍ଜିଆ ହ୍ରଦର ପ୍ରାକୃତିକ ତଥା ମନୋରମ ପରିବେଶକୁ ଉପଭୋଗ କରିବା ସହିତ ରାଜ୍ୟ ଉଦ୍ଭିଦ ଉଦ୍ୟାନର ବୃକ୍ଷଲତା ଓ ଭିନ୍ନ ଭିନ୍ନ ପ୍ରଜାତିର ଫୁଲ ବଗିଚା ଦେଖିପାରିବେ। ୬୨୬ ମିଟର ଦୂରତ୍ବ ବିଶିଷ୍ଟ ରୋପ୍‌ୱେରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନ୍‌ରେ ୬ଜଣ ଲେଖାଏଁ ବସି ପାରିବେ।

ଥରକେ ୭୨ଜଣ ପର୍ଯ୍ୟଟକ ବୁଲି ପାରିବେ। ଜଣେ ପର୍ଯ୍ୟଟକ ୧୨୦ଟଙ୍କା ଦେଇ ଟିକଟ ସଂଗ୍ରହ କରି ରୋପ୍‌ୱେର ମଜା ନେଇପାରି‌େ‌ବ। ଲୋକାର୍ପଣ ପରେ ପ୍ରଥମେ ମନ୍ତ୍ରୀ ଶ୍ରୀ ଅମାତ ରୋପ୍‌ୱେରେ ବସି ମଜା ନେଇଥିଲେ। ତାଙ୍କ ସହ ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଏଥିରେ ବସିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ, ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଓ ୫-ଟି ଯୋଜନାରେ ନନ୍ଦନକାନନକୁ ବିଶ୍ବସ୍ତରୀୟ କରାଯାଉଛି। ଖୁବ୍‌ଶୀଘ୍ର ଏଥିପାଇଁ କାର୍ଯ୍ୟ ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ନନ୍ଦନକାନନରେ ପ୍ରଥମେ ୧୯୮୮ରେ ରୋପ୍‌ୱେ ନିର୍ମାଣ ପାଇଁ ଭୂମିପୂଜା କରିଥିଲେ। ୧୯୯୪ ଅକ୍ଟୋବର ୧୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କଲାପରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୧୧ ପରଠାରୁ ଏହାକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଥିଲେ।

୨୦୨୧ ଅକ୍ଟୋବର ୮ରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରେ ପୁନଃ ଚଳାଚଳ ପାଇଁ ସରକାର କଲକାତାର ଏକ ଘରୋଇ ସଂସ୍ଥା ସହ ଚୁକ୍ତିନାମା କରିଥିଲେ। ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ରୋପ୍‌ୱେର ଶିଳାନ୍ୟାସ କରିଥିଲେ। ଚଳିତ ବର୍ଷ ଜୁନ୍ ୧୩ରେ ପରିଚାଳନାଗତ ତ୍ରୁଟି ପାଇଁ ରୋପ୍‌ୱେ ଭିସିବି ୟୁନିଟ୍ ପରୀକ୍ଷାବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୩ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସେହି ଦିନଠାରୁ ଏହା ଉପରେ ଅଙ୍କୁଶ ଲାଗିଥିଲା।

ପୁନଃ ଲୋକାର୍ପଣ କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ, ବନ୍ୟପ୍ରାଣୀ ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସୁଶାନ୍ତ ନନ୍ଦ, ନନ୍ଦନକାନନ ପୂର୍ବତନ ଉପନିର୍ଦେଶକ ଡା.ସଞ୍ଜିତ୍ କୁମାର, ନନ୍ଦନକାନନ ନିର୍ଦେଶକ ମନୋଜ ଭି. ନାୟାର, ଉପନିର୍ଦେଶକ ସନଥ୍ କୁମାର ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ। ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ସହକାରୀ ବନସଂରକ୍ଷକ ଶରତ ସାହୁ, ଜନ୍ତୁ କ୍ୟୁରେଟର ଡା. ରଶ୍ମିରଞ୍ଜନ ସ୍ବାଇଁ, ରେଞ୍ଜର ସରୋଜ କୁମାର ପଣ୍ଡା, ଜୟକୃଷ୍ଣ ନାୟକ, ଜି ଏଫ୍ ଖାନ, ରଞ୍ଜିତ୍ ମହାନ୍ତି, ରୋପ୍‌ୱେର ମୁଖ୍ୟ ପରିଚାଳକ ମହେଶ ମାହା‌େ‌ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button