ଖେଳ

କ୍ରିକେଟ୍‌ରୁ ଅବସର ପରେ କଣ କରିବେ ଧୋନି ଆସନ୍ତୁ ଜାଣିବା … – Ibnodisha

[ad_1]

ମୁମ୍ବାଇ : ୨୦୨୦ରୁ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଦୂରେଇ ଯାଇଥିଲେ ଧୋନି ହେଲେ ଆଇପିଏଲ୍‌ରେ ଖେଳିବା ଜାରି ରଖିଛନ୍ତି। ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ଧୋନି ସିଏସ୍‌କେର ନେତୃତ୍ୱ ନେବେ। ବିଗତ ସଂସ୍କରଣରେ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପରକିଙ୍ଗସ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଜେତା ହୋଇଥିଲା।ଅବସର ପରେ ଭାରତୀୟ ସେନା ସହିତ ସମୟ ବିତାଇବାକୁ ଚାହୁଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ସୂଚନା ଅନୁସାରେ , ଧୋନିଙ୍କୁ ଏକ ଘରୋଇ ଇଭେଣ୍ଟରେ ଜଣେ ପ୍ରଶଂସକ ଅବସର ପରେ ସେ କ’ଣ କରିବେ ବୋଲି ପ୍ରଶ୍ନ କରିଥିଲେ। ତାହାର ଉତ୍ତରରେ ଧୋନି ଭାରତୀୟ ସେନାକୁ ବାଛିବେ ବୋଲି କହିଥିଲେ। ତେବେ ଅବସର ବିଷୟରେ ସେ କିଛି ଚିନ୍ତା କରିନାହାନ୍ତି ଏବଂ ଏବେବି ସେ ଖେଳିବା ଜାରି ରଖିଛନ୍ତି। ତଥାପି ଅବସର ଜୀବନରେ କିଛି ସମୟ ଭାରତୀୟ‌ ସେନା ସହିତ ବିତାଇବାକୁ ଚାଁହୁଛନ୍ତି ଧୋନି। କାରଣ ଗତ କିଛି ବର୍ଷ ହେବ ଭାରତୀୟ ସେନା ସହିତ ସେ ସମୟ କାଟିବାକୁ ସୁଯୋଗ ପାଇପାରି ନାହାନ୍ତି ବୋଲି କହିଥିଲେ। ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲ୍‌ ପରାଜୟ ପରେ ଧୋନି ଭାରତୀୟ ସେନା ସହିତ ସମୟ ବିତାଇବା ପାଇଁ ଚାଲିଯାଇଥିଲେ କିନ୍ତୁ ବର୍ଷକ ପରେ ସେ ଅବସର ଘୋଷଣା କରିଥିଲେ। ତେବେ ଧୋନି ନିଜର ଅବଶିଷ୍ଟ ସମୟ ଭାରତୀୟ ସେନା ସହିତ ବିତାଇବାକୁ ଚାହୁଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button