ମନୋରଞ୍ଜନ

ଯୌନ ଉତ୍ପୀଡନ ଅଭିଯୋଗ ଫସିଲେ ହଲିଉଡ ହିରୋ ଭିନ୍‌ ଡିଜେଲ୍‌ – Ibnodisha

[ad_1]

ବ୍ୟୁରୋ : ଯୌନ ଉତ୍ପୀଡନ ଅଭିଯୋଗ ଫସିଲେ ହଲିଉଡ ହିରୋ ଭିନ୍‌ ଡିଜେଲ୍‌। ତାଙ୍କର ଜଣେ ପୂର୍ବତନ ସହାୟକ ଏଷ୍ଟା ଜୋନାସନ୍‌ ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ୨୦୧୦ରେ ଫିଲ୍ମ ‘ଫାଷ୍ଟ ଫାଇଭ୍’ର ଶୁଟିଂ ବେଳେ ଭିନ୍‌ ଡିଜେଲ୍‌ ତାଙ୍କ ସହ ଯୌନ ଉତ୍ପୀଡନ କରିଥିଲେ। ତେବେ ଏହି ଘଟଣାର କିଛି ସମୟ ପରେ ତାଙ୍କୁ ଭିନ୍‌ ଚାକିରିରୁ ବାହାର ମଧ୍ୟ କରିଦେଇଥିଲେ ବୋଲି ସେ ଲସ୍‌ ଏଞ୍ଜଲିସର ଏକ କୋର୍ଟରେ କରିଥିବା ଆବେଦନରେ ଏ କଥା ସେ କହିଛନ୍ତି। ଅଟଲାଣ୍ଟାର ଏକ ହୋଟେଲ ରୁମ୍‌ ଭିତରେ ଏହି ଘଟଣା ଘଟିଥିଲା। ଭିନ୍‌ ଡିଜେଲ୍‌ ଓ ଜୋନାସନ୍‌ ଫିଲ୍ମ ‘ଫାଷ୍ଟ ଫାଇଭ୍’ ଉପରେ କାମ କରୁଥିଲେ। ଏହି ସମୟରେ ଭିନ୍‌ ତାଙ୍କ ସହ ଅଶ୍ଳୀଳ ଆଚରଣ ଦେଖାଇଥିଲେ। ବିରୋଧ ପରେ ମଧ୍ୟ ଜୋର ଜବରଦସ୍ତି କରିଥିଲେ ଏହି ହଲିଉଡ ଅଭିନେତା। ତେବେ ପରେ ଏକ ଫୋନ୍‌ କଲ୍‌ ଆସିବା ପରେ ଭିନ୍‌ ଡାଇଭର୍ଟ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ପୀଡିତା ଜଣକ ହୋଟେଲ ରୁମ୍‌ ଭିତରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ ବୋଲି ଜୋନାସନ୍‌ଙ୍କ ଓକିଲ କହିଛନ୍ତି। ଜୋନାସନ ହେଉଛନ୍ତି ସେହି ମହିଳା ଯିଏକି ୨୦୧୭ରେ ମିଠୁ ଆନ୍ଦୋଳନରେ ସାମିଲ ହୋଇ ଫିଲ୍ମ ନିର୍ମାତା ହାର୍ବେ ଓ୍ୱିଂଷ୍ଟନ୍‌ଙ୍କ ବିରୋଧର ଅଭିଯୋଗ ଆଣିଥିଲେ। ଏବେ ଏହି ଫିଲ୍ମ ନିର୍ମାତା ଜେଲରେ ଅଛନ୍ତି। ଏହାପୂର୍ବରୁ ମଧ୍ୟ ଜୋନାସନ ମନୋରଞ୍ଜନ ଜଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ସାରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button