ରାଜ୍ୟ

ସମୁଦ୍ର କୂଳରୁ ମିଳିଲା ଅଜଣା ମୃତଦେହ – Ibnodisha

[ad_1]

ବ୍ରହ୍ମପୁର : ଗୋପାଳପୁର ସମୁଦ୍ର ବେଳାଭୂମିରୁ ଯୁବକଙ୍କ ମୃତଦେହ ଠାବ । ଏବେ ଯାଏଁ ମିଳିନି ମୃତ ଯୁବକଙ୍କ ପରିଚୟ । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଖବର ଅନୁଯାୟୀ, ରବିବାର ଦିନ ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକେ ଦେଖିଥିଲେ । ନିକଟରେ ଏକ ସାଇକେଲ୍‌ ମଧ୍ୟ ପଡିଥିଲା । ତେବେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ହେଲେ ଏବେ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ସଠିକ୍‌ କାରଣ ଜଣାପଡିବ । ମୃତ୍ୟୁ କିପରି ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button