ଦେଶ

ନିଲାମ ହେବ ଦାଉଦର ବଙ୍ଗଳା – Ibnodisha

[ad_1]

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ବିଷ କ୍ରିୟା କୁ ନେଇ ଚର୍ଚ୍ଚାରେ ରହିଛି। ଏବେ ତାଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ମହାରାଷ୍ଟ୍ରର ମୁମ୍ବାଇ ଓ ରତ୍ନଗିରିରେ ଥିବା ଦାଉଦ ଇବ୍ରାହିମ୍ ସମ୍ପତ୍ତି ନିଲାମ ହେବ। ୨୦୨୪ ଜାନୁଆରି ୫ତାରିଖରେ ଏହି ନିଲାମ ଅନୁଷ୍ଠିତ ହେବ। ଫରେନ୍ ଏକ୍ସଚେଞ୍ଜ ଆକ୍ଟ (ଫେମା) ଅଧୀନରେ ଦାଉଦ ଇବ୍ରାହିମର ସମ୍ପତ୍ତି ଜବତ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ରତ୍ନଗିରିରେ ଥିବା ଦାଉଦର ବଙ୍ଗଳା ଓ ଆମ୍ବ ବଗିଚାକୁ ନିଲାମ କରାଯିବ। ରତ୍ନଗିରିରେ ଥିବା ମୋଟ ୪ଟି ସମ୍ପତ୍ତି ନିଲାମ ହେବ। ଚୋରା ଚାଲାଣ ଓ ବିଦେଶୀ ମୁଦ୍ରା କାରବାର (ସାଫେମା) ଆଇନ ଅଧିନରେ ଦାଉଦର ସମ୍ପତ୍ତି ନିଲାମ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button