ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ…. – Ibnodisha
[ad_1]
ଲକ୍ଷ୍ନୌ: ଭାଇ ତତେ ମୁଁ ବୁଝେଇ ବୁଝେଇ ଥକି ଗଲିଣି, ଆଉ ପାରୁନି । ବାପାମାଆ ବି ତୋ ଚିନ୍ତାରେ ଦିନ କାଟୁଛନ୍ତି । ତାଙ୍କ ଆଖିରୁ ଲୁହ ଶୁଖୁନି । ତୁ ନିଶାରେ ଏତେ ଚର୍ ରହୁଛୁ ଯେ କଣ କରୁଛୁ ନିଜେ ବି ଜାଣିପାରୁନୁ । ନିଶା ତୁ ଖାଉନୁ ବରଂ ନିଶା ତତେ ଖାଇଦେଲାଣି । ମୁଁ ଥିଲା ବେଳେ ତୁ ବୁଝିଲୁନି, ଭାବିଲି ମୁଁ ଚାଲିଗଲେ ତୁ ସୁଧୁରି ଯିବୁ । ମୁଁ ଯାଉଛି, ତୁ ସୁଧୁରି ଯା..ଏମିତି କିଛି ଲେଖି ନିଜ ଜୀବନ ହାରିଦେଲା ୧୬ ବର୍ଷୀୟା ନାବାଳିକା। ଭାଇକୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ନିଜ ଜୀବନ ହାରିଦେଲା ଭଉଣୀ ।
ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ଗାଜିଆବାଦରେ ଦେଖିବାକୁ ମିଳିଛି । ନିଜ ଭାଇକୁ ସୁଧାରିବା ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲାନି ଭଉଣୀ । ନିଶାରେ ଧୃତ ଭାଇ ଦିନକୁ ଦିନ ଅପରାଧର ଦୁନିଆରେ ଲିପ୍ତ ରହୁଥିବା ବେଳେ ବାପାମାଆଙ୍କ ଆଖିରୁ ଲୁହ ଶୁଖୁନଥିଲା । ଭାଇକୁ ବୁଝାଇ ବୁଝାଇ ଥକିଗଲା ୧୬ ବର୍ଷର କୁନି ଭଉଣୀ ।
ଶେଷରେ ସୁଇସାଇଡ୍ ନୋଟ୍ କାନ୍ଥରେ ଲଗାଇ ଝୁଲି ପଡ଼ିଲା ଭଉଣୀ । ଆଉ ସୁଇସାଇଡ୍ ନୋଟରେ ଲେଖିଗଲା ଭାଇ ତୁ ନିଶା ଛାଡ଼ିଦେ । ଗୁରୁବାର ନାବାଳିକାଙ୍କ ମାଆ ଘରକୁ ଫେରି ତାଙ୍କ କବାଟ ବାଡ଼େଇବାରୁ ସେ ଆଉ କବାଟ ଖୋଲି ନ ଥିଲେ । ପଡ଼ୋଶୀଙ୍କୁ ଡାକିବା ପରେ ସେମାନେ ପୋଲିସ୍କୁ ଖବର ଦେଇଥିଲେ । ପୋଲିସ ଆସିବା ପରେ କବାଟ ଭାଙ୍ଗି ଘରକୁ ପଶିଲା ବେଳେ ନାବାଳିକାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ସୁଇସାଇଡ ନୋଟକୁ ଜବତ କରିଥିଲା ।
[ad_2]