ଦେଶ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଡାହାଣ ହାତରେ ସର୍ବଦା ବନ୍ଧା ଥାଏ ଏହି ତିନିରଙ୍ଗର ରକ୍ଷା ସୂତ୍ର – Ibnodisha

[ad_1]

ନୂଆଦିଲ୍ଲୀ :ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। ଜି୨୦ ସମ୍ମିଳନୀରେ ଯୋଗଦେବାକୁ ବିଶ୍ୱର ଅନେକ ରାଷ୍ଟ୍ରର ନେତାମାନେ ଭାରତ  ଆସି ପହଞ୍ଚିଥିଲେ। ଏହି କ୍ରମରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଜି୨୦ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ବି ପହଞ୍ଚିଥିଲେ। ତାଙ୍କୁ ବିମାନବନ୍ଦରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ ସ୍ବାଗତ କରିଥିଲେ।

ତେବେ ଭାରତଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସ୍ବଭାବ ଖୁବ ଚର୍ଚ୍ଚାରେ ରହିଛି। ଭାରତରେ ପହଞ୍ଚିବା ପରେ ଋଷି ସୁନକ ଓ ଅକ୍ଷତାଙ୍କୁ ଏକାଠି ଦିଲ୍ଲୀ ଅକ୍ଷରଧାମ ମନ୍ଦିର ଯାଇ ଦେବୀ-ଦେବତାଙ୍କୁ ବିଧିବିଧାନରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଏହି କ୍ରମରେ ଦେଖିବାକୁ ଗଲେ କୁହାଯାଉଛି କି ଋଷି ସୁନକ ସବୁବେଳେ ହାତରେ ଲାଲ, ଧଳା ଓ ହଳଦିଆ ରଙ୍ଗର ସୂତା ବାନ୍ଧିଥାଆନ୍ତି। ତେବେ ହିନ୍ଦୁଧର୍ମରେ ଏହାର କ’ଣ ମହତ୍ତ୍ବ ରହିଛି ଆସନ୍ତୁ ଜାଣିବା।

ବିଭିନ୍ନ ପର୍ବପର୍ବାଣୀରେ ହାତରେ ଲାଲ,ଧଳା ଓ ହଳଦିଆରଙ୍ଗର ମିଶ୍ରିତ ସୂତା ବନ୍ଧା ଯାଏ। ଏହି ତିନିଟି ସୂତାକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଭଗବାନଙ୍କ ପ୍ରତୀକ କୁହାଯାଏ। ତେଣୁ ଏହି ସୂତାକୁ ରକ୍ଷାର କବଚ ବା ରକ୍ଷା ସୂତ୍ର ବୋଲି କୁହାଯାଏ। ଏହି ସୂତାକୁ କୌଣସି ସ୍ଥାନରେ ଯଦି ଜଜ୍ଞ ହେଉଛି ତେବେ ଜଜ୍ଞ ପୂର୍ବରୁ ଏହାକୁ ସଂକଳ୍ପ କିମ୍ବା ରକ୍ଷା ସୂତ୍ର ଭାବେ ବନ୍ଧା ଯାଇଥାଏ। ତେବେ ଏହାକୁ ବାନ୍ଧିବାର କିଛି ନିୟମ ବି ରହିଛି।

ଏହାକୁ ବାନ୍ଧିବା ସମୟରେ ମନ୍ତ୍ର ଉଚ୍ଚାରଣ ସହ ବାନ୍ଧିବା ଆବଶ୍ୟକ। ଯଦି ପୁରୁଣା ସୂତାକୁ ବାହାର କରୁଛନ୍ତି, ତେବେ ତାହାକୁ ନଦୀ କିମ୍ବା କୌଣସି ବୃକ୍ଷ ତଳେ ବିସର୍ଜନ କରିବା ଉଚିତ ଏଣେତେଣେ ଫିଙ୍ଗିବା ଅନୁଚିତ। ସେହିପରି ଏହାକୁ ସ୍ନାନ କରି ସାରିବା ପରେ ହଁ ବାନ୍ଧିବା ଉଚିତ। ଆମିଷ ଖାଇ ସାରିବା ପରେ ଏହି ପବିତ୍ର ସୂତାକୁ ବାନ୍ଧନ୍ତୁ ନାହିଁ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button