ରାଜ୍ୟ

ଓଡ଼ିଶାରେ ରାଜନୈତିକ ମାନସିକତାରେ ପରିବର୍ତ୍ତନ ଆସିଛି: ପ୍ରଦୀପ ପାଣିଗ୍ରାହୀ – Ibnodisha

[ad_1]

ଭୁବନେଶ୍ବର: ୫-ଟି ସଚିବଙ୍କ ରାଜନୈତିକ ଆରୋପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ଓଡ଼ିଶାରେ ରାଜନୈତିକ ମାନସିକତାରେ ପରିବର୍ତ୍ତନ ଆସିଛି। କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁ ପଟ୍ଟନାୟକଙ୍କ ପୁଅଙ୍କ ନେତୃତ୍ୱରେ ଓଡ଼ିଶାରେ ରାଜନୈତିକ କ୍ରୀତଦାସ ବ୍ୟବସ୍ଥା ବଢ଼ିବା ପାଇଁ ଯାଉଛି। ରାଜ୍ୟରେ ବର୍ତ୍ତମାନ ରାଜନୈତିକ ପରିବର୍ତ୍ତନ ଆସିଛି। ରାଜନେତାମାନେ କ୍ରୀତଦାସ ହେବା, କ୍ରୀତଦାସ ପ୍ରଥା ନେଇ ନିରବ ରହିବା, ସ୍ଥାଣୁ ହେବା ଓ ଅପଙ୍ଗ ହେବା ଓଡ଼ିଆ ସ୍ୱାଭିମାନ ଜାତି ଏକ ଅଭିଶାପ। କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି ତାକୁ ମୁଁ ନିନ୍ଦା କରୁଛି। ସମାଜର ସମସ୍ତ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରୁଛି ଯାହା ସତ ସମସ୍ତେ ସାମ୍ନାକୁ ଆସି କୁହନ୍ତୁ। ଏହି ବ୍ୟବସ୍ଥାକୁ ସଫଳ ହେବା ପାଇଁ ଦିଅନ୍ତୁ ନାହିଁ।

ଏଣେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ବି ଟିପ୍ପଣୀ ଦେଇ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ପୁଅ ନିରବ ବସିବ ଶାସନ ଆଉ କିଏ ଚଳାଇବ।  ତାଙ୍କ ଭଉଣୀ ଓ ଭାଇ ଦିଲ୍ଲୀରେ ବସିବେ। ବିଜୁ ପଟ୍ଟନାୟକଙ୍କ ପରିବାରର ପ୍ରତି ଅପମାନ ହେବ ତାକୁ ଆମେ କେମିତି ସହିବୁ। ଜଣେ ଦୁର୍ଦ୍ଦଶ ବ୍ୟକ୍ତିର ପୁଅ ନିରବ ରହି ସବୁ ଦେଖିବେ, ଆଶ୍ଚର୍ଯ୍ୟ ଲାଗୁଛି।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି, ମୋତେ କାଲି ଅଣ୍ଡା ମରା ହେଲା, କିନ୍ତୁ କାହା ଉପରେ ୩୦୭ ଲାଗିଲା ନାହିଁ କାହିଁକି? ମୁଖ୍ୟମନ୍ତ୍ରୀଙ୍କର ଯଦି ସାହସ ଅଛି ତାଙ୍କ ବ୍ୟକ୍ତିଗତ ସଚିବ ଯେଉଁ କଥା କହିଛନ୍ତି, ତାହାର ଉତ୍ତର ରଖନ୍ତୁ। ଯଦି ମୁଖ୍ୟମନ୍ତ୍ରୀ ସତ କଣ କହିବେ, ତେବେ ମୁଁ ଜାଣିବି ସେ ଜଣେ ସଚ୍ଚୋଟ ଓ ନିଷ୍ଠାବାନ୍ ଏବଂ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଗୋଟେ ଦାୟିତ୍ୱବୋଧତା ଅଛି। ଜଣେ ସଚିବ ଜଣେ ଷ୍ଟାଣ୍ଡିଂ ଜନପ୍ରତିନିଧି ଉପରେ ଆରୋପ ଦେଉଛନ୍ତି। ବିଧାୟକଙ୍କ ବିଷୟରେ ବ୍ୟକ୍ତିଗତ ସଚିବ କହିବେ କେମିତି?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button