ରାଜ୍ୟ

ପାହାଡ ଉପରେ ଘର କରି ଏକାକୀ ରହୁଥିଲେ ଦମ୍ପତି, ହେଲେ କଣ ହେଲା କେଜାଣି ଉଭୟ ଶୋଇ ପଡିଲେ ଚିରନିଦ୍ରାରେ

ମୋହନା : ଗାଁରୁ ଦୂରରେ ପାହାଡ ଉପରେ ରହୁଥିଲେ ଦମ୍ପତି । ପାହାଡ ଉପରେ କୁଡିଆ କରି ରହୁଥିଲେ ସ୍ୱାମୀ ସ୍ତ୍ରୀ ଦୁଇଜଣ । ପାହାଡ ଉପରେ ଘର କରି ଏକାକୀ ଶାନ୍ତିରେ ରହୁଥିଲେ ଏମାନେ । ହେଲେ କଣ ହେଲା କେଜାଣି ଉଭୟ ଶୋଇ ପଡିଲେ ଚିରନିଦ୍ରାରେ । ହଠାତ୍‌ ଦେଖିବାକୁ ମିଳିଲା ସ୍ୱାମୀ ସ୍ତ୍ରୀ ମରି ଶୋଇଛନ୍ତି ସେଠାରେ । କଣ ହେଲା, କେମିତି ଘଟିଲା ଆଉ କାହିଁକି ଓ କିଏ ଘଟଣାଇଲା ।

କେଉଁ ପରିସ୍ଥିତିରେ ଉଭୟ ଶୋଇପଡିଲେ ଚିରନିଦ୍ରାରେ । ଏମାନଙ୍କୁ ଦେଖି ଲାଗୁଛି ଯେମିତି କେହି ମାରି ପକାଇଦେଇଛି ଏମାନଙ୍କୁ ।

ହଁ ଆଜ୍ଞା ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଡବଲ ମର୍ଡର । ଗତକାଲି ରାତିରେ ବୃଦ୍ଧ ଦମ୍ପତି ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଉଭୟଙ୍କ ଜୀବନ ନେଇଯାଇଛି କେହି ଦୁର୍ବୁତ୍ତ । ଦମ୍ପତିଙ୍କୁ ମାଡ଼ ମରାଯିବା ସହ ସଙ୍ଘ ବଦ୍ଧ ଭାବେ ମାରି ପକାଇ ଦିଆଯାଇଛି । ଏହି ଦୁଇ ବୃଦ୍ଧ ଦମ୍ପତି ହେଲେ ସେହି ଗାଁର ଚୈତନ୍ୟ ମଣ୍ଡଳ ଓ ତାଙ୍କ ପତ୍ନୀ ଇରଜାନୀ ମଣ୍ଡଳ । ସ୍ୱାମୀ ଚୈତନ୍ୟଙ୍କ ମୃତଦେହ କୁଡ଼ିଆ ଠାରୁ ୫୦ ମିଟର ଦୂରରେ ପଡ଼ିଥିବା ବେଳେ ସ୍ତ୍ରୀର ମୃତଦେହ କୁଡ଼ିଆ ଭିତରେ ପଡିଛି ।

ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ପାହାଡ଼ ଉପରେ କିଏ ଓ କାହିଁକି ବୃଦ୍ଧ ଦମ୍ପତିକୁ ଏମିତି ଅତି ଅମାନବିୟ ଭାବେ ମାରିଦେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଯାହାପରେ ଜଣାପଡିବ ଏମାନଙ୍କ ମୃତ୍ୟୁର ପ୍ରକୃତ କାରଣ । କିଏ ସେ ଅଭିଯୁକ୍ତ, ଯିଏ ଅତି ନିର୍ମମ ଭାବେ ପାହାଡ ଉପରେ ମାରି ପକାଇଦେଇଛି ଏମାନଙ୍କୁ ।

Related Articles

Leave a Reply

Your email address will not be published. Required fields are marked *

Back to top button