IBN ଓଡ଼ିଶା ବ୍ୟୁରୋ

ଭାରତରେ ଲଞ୍ଚ ହେଲା Vivo T3 Ultra 5G, AI ଫିଚର୍ସ ସହ ମିଳିବ ବହୁତ କିଛି

Vivo ଭାରତରେ ଏକ ନୂଆ ଫୋନ ଲଞ୍ଚ କରିଛି । ଏହା Vivo T3 Ultra 5G ନାମରେ ପରିଚିତ ହୋଇଛି । ଏହି Vivo ଫୋନରେ AI ଫିଚର୍ସ ଏବଂ Dimensity 9200+ ପ୍ରୋସେସର ସହ ଆସୁଛି । Vivo V40 ପରି ଏହି ଫୋନର ମଧ୍ୟ ସମାନ ଲୁକ୍‌ ଏବଂ ଡିଜାଇନ୍‌ ରହିଛି । କମ୍ପାନୀ ଏହି ଫୋନରେ MediaTek Dimensity 9200+ ପ୍ରୋସେସର ବ୍ୟବହାର କରିଛି ।

ଯାହା AI ଫିଚରକୁ ସପୋର୍ଟ କରେ । Vivo ଏହି ଫୋନରେ AI Eraser ଏବଂ AI Photo Enhance ଭଳି ଫିଚର ମଧ୍ୟ ପ୍ରଦାନ କରିଛି ।

Vivo T3 Ultraର ଦାମ୍:
Vivo ସ୍ମାର୍ଟଫୋନ୍‌ ତିନୋଟି ଭାରିଆଣ୍ଟର ଷ୍ଟୋରେଜ୍‌ ଆଣିଛି ଯାହା ହେଉଛି, ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨GB RAM + ୨୫୬GBର ରହିଛି । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୩୧,୯୯୯ ଟଙ୍କା ଥିବା ବେଳେ, ଅନ୍ୟ ଦୁଇଟିର ମୂଲ୍ୟ ୩୩,୯୯୯ ଏବଂ ୩୫,୯୯୯ ଟଙ୍କା ରହିଛି । ଏହା ସହ ଏହି ଫୋନରେ ଦୁଇଟି କଲର ଅପ୍ସନ୍‌ ରହିଛି ଯାହା ହେଉଛି- Luner Grey ଏବଂ Forest Green ।

Vivo ସ୍ମାର୍ଟଫୋନ୍‌ର ବିକ୍ରୟ ସେପ୍ଟମ୍ବର ୧୯ ସନ୍ଧ୍ୟା ୭ଟା ସମୟରେ ଇ-କମର୍ସ ୱେବସାଇଟ୍‌ ଫ୍ଲିପକାର୍ଟ ତଥା କମ୍ପାନୀର ଅଫିସିଆଲ୍‌ ଅନଲାଇନ୍‌ ଏବଂ ଅଫଲାଇନ୍‌ ଚ୍ୟାନେଲରେ ଆୟୋଜିତ ହେବ । ଏବେ ଏହି ଫୋନ୍‌ କିଣିବା ଉପରେ ଆପଣଙ୍କୁ ୩,୦୦୦ ଟଙ୍କାର ଡିସକାଉଣ୍ଡ ସହିତ ୩,୦୦୦ ଟଙ୍କାର ବୋନସ୍‌ ମଧ୍ୟ ମିଳିବ ।

Vivo T3 Ultraର ଫିଚର୍ସ:
Vivoର ଏହି ମିଡ଼ ରେଞ୍ଜ ବଜେଟ୍‌ ସ୍ମାର୍ଟଫୋନ୍‌ OnePlus ଏବଂ Samsung ଭଳି ବ୍ରାଣ୍ଡର ଫୋନକୁ ଟକ୍କର ଦେବାକୁ ଯାଉଛି । ଏହାର ୬.୭୮ ଇଞ୍ଚର 3D AMOLED ଡିସପ୍ଲେ ଅଛି । ଯାହାର ରେଜାଲୁସନ 1.5K ଯଥା ୨୮୦୦ x ୧୨୬୦ ପିକ୍ସେଲ ରହିଛି । ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ ରେଟ ସହ ଫିଚରକୁ ସପୋର୍ଟ କରିବ । ଏହି ଫୋନରେ ୧.୦୭ ବିଲିୟନ କଲର ମିଳିବ ଏବଂ Android 14 ଉପରେ ଆଧାରିତ FuntouchOS 14 ରେ କାମ କରେ ।

କମ୍ପାନୀ ଦାବିକରିଛି ଯେ, ଏହି ଫୋନର AnTuTu ବେଞ୍ଚମାର୍କିଂ ସ୍କୋର ୧୬,୦୦,୦୦୦ରୁ ଅଧିକ ଅଟେ । ଏଥିରେ ୫,୫୦୦mAh ଏବଂ ୮୦W ଫାଷ୍ଟ ଚାର୍ଜିଂ ଫିଚର ରହିବ । Vivo T3 Ultra ପଛରେ ଡୁଆଲ କ୍ୟାମେରା ସେଟଅପ୍‌ ଉପଲବ୍ଧ । ଏହି ଫୋନରେ ୫୦MP Sony IMX921 ପ୍ରାଇମେରି କ୍ୟାମେରା ରହିବ । ଏହା ସହିତ ୮MP ଅଲ୍ଟ୍ରାଓ୍ଵାଇଡ୍‌ କ୍ୟାମେରା ମଧ୍ୟ ପ୍ରଦାନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button