IBN ଓଡ଼ିଶା ବ୍ୟୁରୋ

କେମୋଥେରାପିରୁ ପାର୍ଶ୍ୱ ପ୍ରତିକ୍ରିୟା: ଆଉ ଏକ ରୋଗରେ ପୀଡିତ ଅଛନ୍ତି ହିନା ଖାନ

ମୁମ୍ବାଇ: କଥାରେ ଅଛି ବୋଝ ଉପରେ ନଳିତା ବିଡ଼ା। ସ୍ତନ କର୍କଟ ପରେ ଟିଭି ଅଭିନେତ୍ରୀ ହିନା ଖାନଙ୍କୁ ଆଉ ଏକ ନୂଆ ରୋଗ ମାଡି ବସିଛି। ବର୍ତ୍ତମାନ ସେ ଯେଉଁ ଖରାପ ସମୟ ଦେଇ ଗତି କରୁଛନ୍ତି ସେ ସମ୍ପର୍କରେ କହିବା କଷ୍ଟ। ହେଲେ ଏଭଳି ସମୟରେ ତାଙ୍କ ଉପେ ଆଉ ଏକ ଦୁଃଖ ମାଡିଆସିଛି। ହିନା କହିଛନ୍ତି ଯେ ବର୍ତ୍ତମାନ ସେ ମ୍ୟୁକୋସିଟିସ୍ ନାମକ ଏକ ରୋଗରେ ପୀଡିତ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ।

ଏହି ରୋଗ ପ୍ରାୟତଃ କର୍କଟ ରୋଗୀଙ୍କଠାରେ ଦେଖାଯାଏ। ସାଧାରଣତଃ ଅନେକ ଲୋକ ଚିକିତ୍ସା ସମୟରେ ଏହି ରୋଗର ଶିକାର ହୁଅନ୍ତି। ହିନା ଖାନ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ସହିତ ଲଢ଼ୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ସେ ମ୍ୟୁକୋସିଟିସରେ ପୀଡିତ ଅଛନ୍ତି। ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶକୁ ସେ ଫଲୋ କରୁଛନ୍ତି।

ମ୍ୟୁକୋସିଟିସ୍ କେତେ ବିପଜ୍ଜନକ ଏବଂ ଏହାର ଲକ୍ଷଣଗୁଡ଼ିକ କ’ଣ? ଏହାର କିପରି ହୁଏ ଚିକିତ୍ସା –

ମ୍ୟୁକୋସିଟିସ୍ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା, ଯାହା ମୁଖ୍ୟତଃ କର୍କଟ ଚିକିତ୍ସା ସମୟରେ ଏକ ସାଧାରଣ ସମସ୍ୟା ଅଟେ। ଏହା ପାଟି, ଗଳା କିମ୍ବା ଅନ୍ତନଳୀରେ ଥିବା ମେମ୍ବରେନ ଫୁଲିବା ଏବଂ ଛାଲ ବାହାରିବା ଆରମ୍ଭ ହୁଏ। ମ୍ୟୁକୋସିଟିସ୍ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଅଟେ। ଏହି ରୋଗ ଆରମ୍ଭ ହେବା ଦ୍ୱାରା ପାଟି, ଗଳା ଏବଂ ଅନ୍ତନଳୀ ଫୁଲିଯାଏ।

ମ୍ୟୁକୋସିଟିସ୍ ହେଉଛି ପାର୍ଶ୍ୱ ପ୍ରତିକ୍ରିୟା ରୋଗ। ଯାହା କି ବିକିରଣ କିମ୍ବା କେମୋଥେରାପି ସହିତ ଜଡିତ କର୍କଟ ଚିକିତ୍ସା ସମୟରେ ଘଟେ। ମ୍ୟୁକୋସିଟିସ୍ ଅସ୍ଥାୟୀ ଏବଂ ଏହି ସମସ୍ୟା ନିଜେ ସମାଧାନ ହୁଏ। କିନ୍ତୁ ଏହା ଯନ୍ତ୍ରଣାଦାୟକ ଏବଂ ବିପଦଜନକ ମଧ୍ୟ ।

ମ୍ୟୁକୋସିଟିସ୍ ସାଧାରଣତଃ ପାଟି ଏବଂ ଗାଲର ଭିତର ଲାଇନ୍ (ବକ୍କାଲ୍ ମକୋସା) କୁ ପ୍ରଭାବିତ କରିଥାଏ। ଏହି ଶ୍ୱାସକ୍ରିୟାଗୁଡ଼ିକ ବିଶେଷ ସମ୍ବେଦନଶୀଳ। ଓରାଲ୍ ମ୍ୟୁକୋସିଟିସ୍ ପାଟି ଭିତରେ ପ୍ରଦାହ ସୃଷ୍ଟି କରେ। ଏହା ପ୍ରାୟତଃ ପାଟିରେ ଘା ‘କିମ୍ବା ପାଟିରେ ଧଳା ଦାଗ ସୃଷ୍ଟି କରିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button