ରାଜ୍ୟ

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଲିଆପାଳ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଅଧୀନ ରେମୁ-୨ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଗୀତାଞ୍ଜଳି ସିଂ ହିତାଧିକାରୀଙ୍କୁ ଏହି ଯୋଜନା ପାଇଁ ଆବେଦନ ଫର୍ମ ବଣ୍ଟନରେ ନିଜ ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗ ହୋଇଥିଲା।

ଏହି ଅବହେଳାର ପରିଣାମ ସ୍ବରୂପ ଅଙ୍ଗନଓ୍ବାଡି କର୍ମୀ ସିଂଙ୍କର ଏକ ମାସର ଦରମା ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସୂଚନା ଯେ, ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନା ଅଧୀନ ସମସ୍ତ ସୁବିଧା ଯୋଗାଇବାର ପ୍ରତିବଦ୍ଧତାକୁ ସୁଦୃଢ କରିବା ଏବଂ ଆବେଦନ ଫର୍ମ ବଣ୍ଟନରେ କୌଣସି ତ୍ରୁଟିକୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button